ଶିଶୁଙ୍କ ପାଇଁ ଘାତକ ଏଚ୍୩ଏନ୍୨ ଭାଇରସ୍ : ଜୁନ୍, ଜୁଲାଇରେ ଆସିପାରେ ବଡ ଲହର

1,738

କନକ ବ୍ୟୁରୋ : ଥଣ୍ଡା, ଜ୍ୱର, କାଶକୁ ନେଇ ଚିନ୍ତା ଭିତରେ ଏକ ଉଦବେଗଜନକ ଖବର ସାମ୍ନାକୁ ଆସିଛି । ବିଶେଷଜ୍ଞଙ୍କ ମତରେ ଶିଶୁମାନଙ୍କ ପାଇଁ ଘାତକ ହୋଇପାରେ ଏଚ୍୩ଏନ୍୨ ଭାଇରସ୍ । ବିଶେଷ କରି ୫ ବର୍ଷରୁ କମ୍ ବୟସର ପିଲା ଏହି ଇନଫ୍ଲୁଏଞ୍ଜା ଭୂତାଣୁରେ ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । ସବୁଠାରୁ ବଡ କଥା ହେଉଛି ସ୍କୁଲକୁ ଯାଉନଥିବା ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି ଭୂତାଣୁର ସଂକ୍ରମଣ ଦେଖା ଯାଉଛି । ଯଦିଓ ରାଜ୍ୟରେ ସେଭଳି ମାମଲା ସାମ୍ନାକୁ ଆସିନାହିଁ, କିନ୍ତୁ ସର୍ବଭାରତୀୟ ସ୍ତରରେ ଚିହ୍ନଟ ହୋଇଥିବା ରୋଗୀଙ୍କ ସଂଖ୍ୟା ଚିନ୍ତାଜନକ ।

ଶିଶୁଙ୍କ ପାଇଁ ଘାତକ ଏଚ୩ଏନ୨ !

– ଶିଶୁମାନଙ୍କ ପାଇଁ ଘାତକ ଏଚ୩ଏନ୨ ଭାଇରସ
– ୫ ବର୍ଷରୁ କମ୍ ବୟସର ପିଲା ଆକ୍ରାନ୍ତ ହୋଇ ହସ୍ପିଟାଲରେ ହେଉଛନ୍ତି ଭର୍ତ୍ତିି
– ପିଲାଙ୍କ ପାଇଁ କାମ ଦେଉନି ଔଷଧ ଓ ଆଂଟିବାୟୋଟିକ୍
– ଫେବ୍ରୁଆରୀ ଦ୍ୱିତୀୟ ଭାଗରେ ଅଧିକାଂଶ ଏଚ୩ଏନ୨ ମାମଲା ଚିହ୍ନଟ ହୋଇଥିବା ସୂଚନା
– ସିଭିଅର ଆକ୍ୟୁଟ୍ ରେସ୍ପିରେଟୋରୀ ସିଣ୍ଡ୍ରୋମ ଲକ୍ଷଣ ଥିଲେ ହସ୍ପିଟାଲରେ ହେଉଛନ୍ତି ଭର୍ତ୍ତି
– ସ୍କୁଲ ଯାଉନଥିବା ପିଲା ମଧ୍ୟ ଏଚ୩ଏନ୨ ଭାଇରସରେ ହେଉଛନ୍ତି ଆକ୍ରାନ୍ତ
– କିଛି ପିଲାଙ୍କଠାରେ ଦେଖା ଯାଉଛି ଲିଭର ଓ ରକ୍ତଚାପ ଜନିତ ସମସ୍ୟା
– ସେମାନଙ୍କୁ ଆବଶ୍ୟକ ହେଉଛି ଭେଂଟିଲେଟର ସପୋର୍ଟ
– ଆଇସିୟୁରେ ଭର୍ତ୍ତି ହୋଇଥିବା ଅଧିକାଂଶ ପିଲାଙ୍କ ବୟସ ୫ ବର୍ଷରୁ କମ୍
– ପିଲାଙ୍କ କ୍ଷେତ୍ରରେ ଅଣନିଶ୍ୱାସୀ ହେବା ସହ କଫ ଓ ଜ୍ୱର ଲାଗିରହୁଛି
– ପିଲାଙ୍କଠାରେ ଦୀର୍ଘଦିନ ଧରି ଲାଗିରହୁଛି ନିମୋନିଆ ଭଳି ଲକ୍ଷଣ

ଏହାରି ଭିତରେ ଡରାଇଲା ଭଳି ତଥ୍ୟ ଦେଇଛନ୍ତି ବିଶେଷଜ୍ଞ । ଜୁନ୍ ଓ ଜୁଲାଇ ବେଳକୁ ଇନଫ୍ଲୁଏଞ୍ଜାର ଆଉ ଏକ ବଡ ଲହର ଆସିପାରେ ବୋଲି ଆକଳନ କରାଯାଇଛି । ଏହି ଲହର ଆସିଲେ ସଂକ୍ରମଣ ଅଧିକ ବ୍ୟାପିବ । ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ବୟସ୍କ, ଶିଶୁ ଓ ରୋଗୀଙ୍କ ପାଇଁ ବିପଦ ବଢିପାରେ ।

ଜୁନ୍ ବେଳକୁ ଆସିପାରେ ବଡ ଲହର !

– ଇନଫ୍ଲୁଏଞ୍ଜା ମୁଖ୍ୟତଃ ମାର୍ଚ୍ଚ ଓ ବର୍ଷା ପରେ ଆସିଥାଏ
– ଡିସେମ୍ବର ମାସରେ ଆସୁଥିବା ଲହର ସାଧାରଣତଃ ଛୋଟ ହୋଇଥାଏ
– ବର୍ଷା ପରେ ଏକ ବଡ଼ ଲହର ଆସିବାର ଆଶଙ୍କା ଥାଏ
– ଡିସେମ୍ବର ମାସରେ ଆସିଥିବା ଲହର କିନ୍ତୁ ପୂର୍ବ ବର୍ଷ ଅପେକ୍ଷା ଅଧିକ ରହିଛି
– ରାଜ୍ୟରେ ଏଚ୧ଏନ୧ ଓ ଏଚ୩ଏନ୨ ସହ ଇନଫ୍ଲୁଏଞ୍ଜା-ବି ସଂକ୍ରମଣ ବଢିଛି
– ସରକାରୀ କ୍ଷେତ୍ରରେ ଏହାର ପରୀକ୍ଷା ହେଉନଥିବାରୁ ମାମଲା ଜଣାପଡୁନି
– ଏବେ ବିଳମ୍ବରେ ସରକାରୀ ସ୍ତରରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି
– ଜୁନ୍ ଓ ଜୁଲାଇ ବେଳକୁ ଇନଫ୍ଲୁଏଞ୍ଜାର ଏକ ବଡ଼ ଲହର ଆସିବା ଆଶଙ୍କା କରୁଛନ୍ତି ବିଶେଷଜ୍ଞ
– ଇନଫ୍ଲୁଏଞ୍ଜା ଜନିତ ମୃତ୍ୟୁ ସଂଖ୍ୟା ସାରାଦେଶରେ ୭ରେ ପହଞ୍ଚିଗଲାଣି