କନକ ବ୍ୟୁରୋ: ଆମେରିକାରେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧନ କରିବା ସମୟରେ ମୋଦୀ କଲେ ଏକ ବଡ ଘୋଷଣା । ଏଣିକି ଏଚ-୧ ବି ଭିସାର ନବୀକରଣ ପାଇଁ ଭାରତୀୟଙ୍କୁ ଆଉ ଆମେରିକା ବାହାରକୁ ଯିବାକୁ ପଡିବନି । ଏହା ଘୋଷଣା କରିବା ପରେ ସେଠାରେ ଉପସ୍ଥିତ ସମସ୍ତ ଭାରତୀୟ ଖୁସିରେ ଝୁମିଉଠିଥିଲେ । କରତାଳି ସହ ମୋଦୀଙ୍କ ଜୟକାରରେ ଫାଟିପଡିଥିଲା ପୁରା ହଲ୍ ।

Advertisment

କ’ଣ ଏହି H1B ଭିସା?

ଭିସା ଏକ ଅଣପ୍ରବାସୀ ଭିସା । ଏହା ଏପରି ବ୍ୟକ୍ତିଙ୍କୁ ଦିଆଯାଏ ଯିଏ ଆମେରିକାରେ କାମ କରିବାକୁ ଯାଇଥାନ୍ତି । ଅନ୍ୟ ଅର୍ଥରେ କହିବାକୁ ଗଲେ ଆମେରିକାରେ କାର୍ଯ୍ୟ କରୁଥିବା କୁଶଳୀ କର୍ମଚାରୀଙ୍କୁ ଏହି ଭିସା ଜାରି କରାଯାଏ । ଆମେରିକାରେ ଏପରି କର୍ମଚାରୀଙ୍କ ଯଥେଷ୍ଟ ଅବଶ୍ୟକତା ରହିଛି । ଏହାପରେ ସେମାନଙ୍କୁ ଗ୍ରୀନ୍ କାର୍ଡ ଜାରି କରାଯାଏ । ଏହି ଭିସାର ସମୟସୀମା ୬ ମାସ ପର୍ଯ୍ୟନ୍ତ ଥାଏ । ଏପରି ଭିସା କାର୍ଡ ହାସଲ କରିବାରେ ଭାରତୀୟ ଆଇଟି ପ୍ରଫେସନାଲ୍ସଙ୍କ ସଂଖ୍ୟା ସବୁଠୁ ଅଧିକ ।

ଯେଉଁ ଭାରତୀୟଙ୍କ H1B ଭିସା ସମୟ ଶେଷ ହୋଇଯାଏ ସେମାନେ ପୁନର୍ବାର ଆମେରିକାର ନାଗରିକତ୍ୱ ପାଇଁ ଆବେଦନ କରିଥାନ୍ତି । ଏହା ଦ୍ୱାରା ସେମାନେ ନିଜ ପରିବାର ସହ ଆମେରିକାରେ ରହିପାରନ୍ତି ।