ଜ୍ଞାନବାପୀ ସର୍ଭେ ବିବାଦ । ଉଭୟ ସୁପ୍ରିମକୋର୍ଟ ଓ ବାରାଣସୀ କୋର୍ଟରେ ହେବ ଶୁଣାଣି

61

କନକ ବ୍ୟୁରୋ: ଜ୍ଞାନବାପୀ ମସଜିଦ୍ ପ୍ରସଙ୍ଗରେ ଆଜି ହେବ ଶୁଣାଣି । ଉଭୟ ସୁପ୍ରିମକୋର୍ଟ ଓ ବାରାଣସୀ କୋର୍ଟରେ ଶୁଣାଣି ହେବ । ମସଜିଦ ଭିତରେ ପୂଜା ଲାଗି ହିନ୍ଦୁଙ୍କୁ ଅନୁମତି ଦେବା ଲାଗି ଆଗତ ପିଟିସନର ଶୁଣାଣି ହେବ । ଗତ ମଙ୍ଗଳବାର ତଥାକଥିତ ଶିବଲିଙ୍ଗ ଠାବ ହୋଇଥିବା ଅଞ୍ଚଳକୁ ସୁରକ୍ଷା ବଳୟରେ ଲାଗି ବାରାଣସୀର ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ।

ଅନ୍ୟପଟେ ନିଜର ସର୍ଭେ ରିପୋର୍ଟ ଦାଖଲ କରିବା ଲାଗି ଗଠିତ ଟିମକୁ ଆଉ ଦୁଇ ଦିନ ସମୟ ଦେଇଛନ୍ତି କୋର୍ଟ । ପିଟିସନରେ ମଧ୍ୟ ବେସମେଣ୍ଟର କାନ୍ଥ ଭାଙ୍ଗିବା ସହ ଅଧିକ ପ୍ରମାଣ ସଂଗ୍ରହ କରିବାେ ଲାଗି ଅନୁରୋଧ କରାଯାଇଛି । ସେହିପରି ସର୍ଭେ କାର୍ଯ୍ୟରେ ପୁଣି ଥରେ କମିଶନର ଅଜୟ କୁମାର ମିଶ୍ରାଙ୍କୁ ସାମିଲ କରିବା ନେଇ ଆଗତ ପିଟିସନର ମଧ୍ୟ ଶୁଣାଣି ହେବାର ସୂଚନା ରହିଛି ।