ଗୁରୁଜୀ ମାନସ ଦାସ ଓ ପୁଅ ମନୋରଞ୍ଜନ ଦାସ ଗିରଫ । ଉଭୟଙ୍କୁ ଗିରଫ କଲା ଖୋର୍ଦ୍ଧା ପୋଲିସ ।

255

କନକ ବ୍ୟୁରୋ: ଗୁରୁଜୀ ମାନସ ଦାସ ଓ ପୁଅ ମନୋରଞ୍ଜନ ଦାସ ଗିରଫ । ଉଭୟଙ୍କୁ ଗିରଫ କଲା ଖୋର୍ଦ୍ଧା ପୋଲିସ । ମାନବବାଦୀ ସଂଗଠନ ନାଁରେ ଚଲାଇଥିଲେ ଆତଙ୍କରାଜ । ମାନସ ଦାସଙ୍କ ନାଁରେ ୩୦୨ (ହତ୍ୟା) ଦଫା ଲାଗିଛି । ପୁଅ ମନୋରଞ୍ଜନ ନାଁରେ ଲାଗିଛି ୩୦୭ (ହତ୍ୟା ଉଦ୍ୟମ) ଦଫା ।

ମାନସ ଦାସଙ୍କ ନାଁରେ ଲାଗିଛି ଅପରାଧିକ ଷଡଯନ୍ତ୍ର ଦଫା । ୩୬୩, ୩୬୪ ଅପହରଣ ପରେ ହତ୍ୟା ଉଦ୍ୟମ ଦଫା ଉଭୟଙ୍କ ନାଁରେ ଲାଗିଛି । ଏବେ ବାପ ପୁଅ ପୋଲିସ ହେପାଜତରେ ରହିଛନ୍ତି ।

ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସଙ୍କୁ ଆଜି ପୋଲିସ ତାଙ୍କ ବାସଭବନରୁ ଗିରଫ କରିଥିଲା । ମାନସଙ୍କ ନାଁରେ ନିର୍ଯାତନା ଓ ହତ୍ୟା ଅଭିଯୋଗ ଭଳି ମାମଲା ରହିଥିଲା । ଅନେକ ଦିନ ହେବ ମାନସ ଦାସଙ୍କୁ ଗିରଫ କରିବାକୁ ଚାରିଆଡୁ ଦାବି ହେଉଥିଲା । ଧିରେ ଧିରେ ମାନସଙ୍କ ସମସ୍ତ କାମ ଉପରୁ ପରଦା ଉଠିବା ପରେ ଆଜି ପୋଲିସ ତାଙ୍କୁ ଗିରଫ କରିଥିଲା ।

ବାପା-ପୁଅଙ୍କୁ ପିଟିବାର ଭିଡିଓ ଭାଇରାଲ ହେବା ପରେ ମାନଓ ବିବାଦରେ ଥିଲେ । ତାଙ୍କ ସଂଗଠନ ବିରୋଧରେ ହତ୍ୟା ଅଭିଯୋଗ ଭଳି ମାମଲା ଥିଲା । ଆଜି ବି ମାନସଙ୍କ ବିରୋଧରେ ଆଉ ଏକ ଏଫଆଇଆର ହୋଇଥିଲା । ଖୋର୍ଦ୍ଧା ବୋଗୁନିଆ ଅଞ୍ଚଳରେ ଆତଙ୍କରାଜ ଚଳାଇଥିଲା ମାନସ । ସଂଗଠନ ନାଁରେ ନୀରିହ ଆଦିବାସୀଙ୍କ ଉପରେ ଚଳାଇଥିଲା ଅତ୍ୟାଚାର ।