ୟୁଟ୍ୟୁବରେ ଛାଇଲେ ପଞ୍ଜାବୀ ଗାୟକ ଗୁରୁ ରନ୍ଧାୱା ! ରିଲିଜ୍ ହେଲା ନୂଆ ଗୀତ “ମେଡ ଇନ ଇଣ୍ଡିଆ”  ।

54

ପଞ୍ଜାବର ଲୋକପ୍ରିୟ ତଥା ପ୍ରସିଦ୍ଧ ସିଙ୍ଗର ଗୁରୁ ରନ୍ଧାୱାଙ୍କ ଏକ ନୂଆ ଗୀତ ଏବେ ୟୁଟ୍ୟୁବରେ ଧୁମ ମଚାଇଛି । ଏହାର ଟ୍ରିଜରକୁ କିଛି ସମୟ ପୂର୍ବେ ରିଲିଜ କରାଯାଇଥିଲା । ଏହି ଗୀତ ଏବେ ୟୁଟ୍ୟୁବରେ ନମ୍ବର ଏକରେ ଟ୍ରେଣ୍ଡ କରୁଛି । ଗୁରୁ ରନ୍ଧାୱାଙ୍କ ନୂଆ ଗୀତ ‘ମେଡ ଇନ ଇଣ୍ଡିଆ’ରେ ଅଭିନେତ୍ରୀ ଏଲନାଜ ନୋରୋଜୀଙ୍କୁ ଦେଖିବାକୁ ମିଳିଛି । ଏଲନାଜ ଜନ୍ମ ଇରାନରେ ଏବଂ ଗୁରୁଙ୍କୁ ଲାଗୁଥିଲା ସେ ହିନ୍ଦୀ କିମ୍ବା ପଞ୍ଜାବୀ ଭାଷାକୁ ବୁଝି ପାରିବେ ନାହିଁ । କିନ୍ତୁ ଏଲନାଜ ହିନ୍ଦୀ ସହିତ ୭ଟି ଭାଷା କହିପାରନ୍ତି ।

ଅନସ୍କ୍ରିନରେ ଗୁରୁ ଏବଂ ଅଲନାଜଙ୍କ ଯୋଡିକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ଏହି ଗୀତକୁ ଇଟାଲୀରେ ସୁଟିଂ କରାଯାଇଛି । ଟି ସିରିଜ ପ୍ରଡକ୍ସନରେ ନିର୍ମିତ ଏହି ଗୀତର କମ୍ପୋଜର, ସିଙ୍ଗର ଏବଂ ରାଇଟର ନିଜେ ଗୁରୁ ରନ୍ଧାୱା ।

ଗୁରୁ ପୂର୍ବରୁ ନିଜ ପଞ୍ଜାବୀ ଗୀତର ତଡକାରେ ସମସ୍ତଙ୍କୁ ଦିୱାନା କରିଥିବା ବେଳେ ଏଭଳି ଆଉ ଏକ ଗୀତ ତାଙ୍କ କ୍ୟାରିୟରର ମାଇଲ୍ ଖୁଣ୍ଟ ଭାବେ ସାବ୍ୟସ୍ତ ହେବ ।