ଦକ୍ଷିଣଆଫ୍ରିକାରୁ ଫେରାର ହୋଇଥିଲେ, ୟୁଏଇରେ ଧରାପଡିଲେ ପଳାତକ । କୋଟିକୋଟି ଟଙ୍କା ଦୁର୍ନୀତି ଅଭିଯୋଗରେ ଗିରଫ ହେଲେ ଗୁପ୍ତା ବ୍ରଦରର୍ସ ।

261

କନକ ବ୍ୟୁରୋ: ଦକ୍ଷିଣ ଆଫ୍ରିକାରୁ ଫେରାର ହେଇ ୟୁଏଇରୁ ଗିରଫ ହେଲେ ବହୁ ଚର୍ଚ୍ଚିତ ଦୁର୍ନୀତି ମାମଲାରେ ସମ୍ପୃକ୍ତ ଗୁପ୍ତା ବ୍ରଦର୍ରସ । ରାଜେଶ ଗୁପ୍ତା ଓ ଅତୁଲ ଗୁପ୍ତାଙ୍କୁ ୟୁଏଇରୁ ଗିରଫ କରାଯାଇଛି । ଗୁପ୍ତା ବଦ୍ରରର୍ସଙ୍କ ବିରୋଧରେ ଦକ୍ଷିଣ ଆଫ୍ରିକାରୁ କୋଟି କୋଟି ଟଙ୍କା ହଡପର ବଡ ଅଭିଯୋଗ ରହିଛି । ଦୁଇଜଣଙ୍କୁ ଇଂଟରପୋଲ ସହାୟତାରେ ଗିରଫ କରାଯାଇଛି । ଖୁବଶୀଘ୍ର ଏମାନଙ୍କୁ ଦକ୍ଷିଣ ଆଫ୍ରିକାକୁ ଅଣାଯିବା ନେଇ ସୂଚନା ରହିଛି । ତେବେ ୩ୟ ଅଭିଯୁୁକ୍ତ ଏବେ ବି ଫେରାର ଥିବା ଜଣାପଡିିଛି ।

ବିଦେଶରେ ଠୁଳ କରିଥିଲେ କୋଟି କୋଟି ଟଙ୍କାର ସମ୍ପତି । ଦୁର୍ନିତି ରାସ୍ତା ଆପଣାଇ ପାଲଟିଥିଲେ ଧନ କୁବେର । ଗୁପ୍ତା ବଦର୍ସ ନାଁରେ ଏମାନେ ଦେଶ ବିଦେଶରେ ମଧ୍ୟ ବେଶ ଜଣାଶୁଣା । ୨୦୧୬ ମସିହାରୁ ଏମାନଙ୍କ ଉପରେ ସରକାରୀ ଅର୍ଥକୋଷରୁ କୋଟି କୋଟି ଟଙ୍କା ହଡପ କରିଥିବା ବଡ ଅଭିଯୋଗ ରହିଛି । ତେବେ ଏହି ସଂଗୀନ ଅଭିଯୋଗ ଆସିବା ପରେ ଗିରଫ ଭୟରେ ଫେରାର ହୋଇଥିବା ଗୁପ୍ତା ବ୍ରଦରର୍ସଙ୍କୁ ଏବେ ୟୁଏଇରୁ ଗିରଫ କରାଯାଇଛି । ୟୁଏଇରେ ଗିରଫ କରାଯିବା ପରେ ଏମାନଙ୍କୁ ଖୁବଶୀଘ୍ର ଦକ୍ଷିଣ ଆଫ୍ରିକା ସରକାରଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି । ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ଜାକବ ଜୁମାଙ୍କ ସହ ଗୁପ୍ତା ବ୍ରଦର୍ରସଙ୍କ ବେଶ ଭଲ ସର୍ମ୍ପକ ଥିଲା । ସରକାରୀ ଅର୍ଥକୋଷରୁ ହରିଲୁଟ କରିବା ସହ ଦକ୍ଷିଣ ଆଫ୍ରିକା ରାଜନୀତିରେ ଏମାନେ ବଡ ଧରଣର ହସ୍ତକ୍ଷେପ କରୁଥିଲୋ । ସ୍ଥିତି ଏଭଳି ହୋଇଥିଲା କି ପୂର୍ବତନ ରାଷ୍ଟ୍ରପତି ଜାକବ ଜୁମାଙ୍କୁ ନିଜ ପଦରୁ ଇସ୍ତଫା ଦେବାକୁ ପଡିଥିଲା । ଗୁପ୍ତା ବଦର୍ସ ଦକ୍ଷିଣ ଆଫ୍ରିକାର ସରକାରୀ ଅର୍ଥକୋଷରୁ କୋଟି କୋଟି ଟଙ୍କା ଲୁଟି ଫେରାର ହୋଇଥିଲେ । ୨୦୧୮ ମସିହାରେ ୧୫ ବିଲିୟନ ଆଫ୍ରିକୀୟ ମୁଦ୍ରା ଲୁଟି ଦେଶ ଛାଡିଥିଲେ ।

ଯେତିକି ଲମ୍ବା ଏମାନଙ୍କ ଦୁର୍ନିତୀର ଚେର ସେତିକି ରୋଚକ ଏମାନଙ୍କ କାହାଣୀ ମଧ୍ୟ । ୧୯୯୦ ମସିହାରେ ୩ ଭାଇ ଅତୁଲ, ଅଜୟ ଗୁପ୍ତା ରାଜେଶ ଉତରପ୍ରଦେଶ ସାହାରନପୁରରୁ ଦକ୍ଷିଣ ଆଫ୍ରିକା ଆସିଥିଲେ । ସେଠାରେ ଏକ ଜୋତା ଦୋକାନରୁ ବ୍ୟବସାୟ ଆରମ୍ଭ କରିଥିଲେ । ଆଇଟି, ମିଡିଆ ଓ ସୁନା, ଖଣି କମ୍ପାନୀ ଖୋଲି କ୍ରମଶ ଧନୀ ବ୍ୟବସାୟ ପାଲଟିଥିଲେ । କିଛି ଦିନ ଭିତରେ ଦକ୍ଷିଣ ଆଫ୍ରିକାର ୧୦ଜଣ ସର୍ବଶ୍ରେଷ୍ଠ ଧନୀଙ୍କ ତାଲିକାରେ ନିଜ ସ୍ଥାନ କରିବାରେ ସଫଳ ହୋଇଥିଲ । ସେହି ସମୟର ରାଷ୍ଟ୍ରପତି ଜାକବ ଜୁମାଙ୍କ ସହ ଏମାନଙ୍କ ଉତମ ସର୍ମ୍ପକ ଗଢି ଉଠିଥିଲା । ଏହାର ଫାଇଦା ଉଠାଇ ଦକ୍ଷିଣ ଆଫ୍ରିକା ସରକାରୀ ମୁଦ୍ରାକୋଷକୁ ଲୁଟି ୩ଭାଇ ଫେରାର ହୋଇଥିଲେ । ତେବେ ୟୁଏଇରେ ୨ ଭାଇଙ୍କୁ ଗିରଫ କରାଯାଇଛି ଏବେ ବି ୩ୟ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି ।