ଓଡିଶାରେ ବିରଳ! ଗୁଣୁପୁର ଟ୍ରିପଲ ମର୍ଡର ଘଟଣାରେ ୯ଜଣଙ୍କୁ ଫାଶୀ ଦଣ୍ଡାଦେଶ, ୨୦୧୬ ରେ ବାପା, ମା ଓ ଝିଅଙ୍କୁ ନୃଶଂସ ଭାବେ ହତ୍ୟା କରିଥିଲେ ଦୁବୃର୍ତ

25

କନକ ବ୍ୟୁରୋ : ଗୁଣପୁର ଟ୍ରିପଲ ମର୍ଡର ମାମଲାରେ ଆଜି ଏକ ବିରଳ ରାୟ ଶୁଣାଇଛନ୍ତି କୋର୍ଟ । ସମସ୍ତ ୯ଜଣ ଅଭିଯୁକ୍ତଙ୍କୁ ଗୁଣପୁର ଏଡିଜେ କୋର୍ଟ ଫାଶୀ ଦଣ୍ଡାଦେଶ ଦେଇଛନ୍ତି । ଅଭିଯୁକ୍ତମାନେ ଘଟାଇଥିବା ହତ୍ୟାକାଣ୍ଡ, ବିରଳରୁ ଅତି ବିରଳ ହୋଇଥିବାରୁ କୋର୍ଟ ସେମାନଙ୍କୁ କଡା ଶାସ୍ତି ଦେବାକୁ ଯାଇ ଫାଶୀ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ନୃଶଂସ ହତ୍ୟାକାଣ୍ଡ ଘଟାଇଥିବା ନଅ ଜଣଙ୍କୁ କୋର୍ଟ ଶୁଣାଇଛନ୍ତି ଫାଶୀ ଦଣ୍ଡାଦେଶ । ଅଭିଯୁକ୍ତମାନେ ଘଟାଇଥିବା ହତ୍ୟାକାଣ୍ଡ ବିରଳରୁ ଅତି ବିରଳ, ତେଣୁ ସମସ୍ତଙ୍କୁ ଫାଶୀଖୁଂଟରେ ଝୁଲାଇଦିଆଯାଉ ବୋଲି କଡା ଶବ୍ଦରେ ରାୟ ଦେଇଛନ୍ତି ଗୁଣପୁର ଏଡିଜେ କୋର୍ଟ । ଗୁଣି ଗାରେଡି ସନ୍ଦେହରେ ଅତ୍ୟନ୍ତ ଅମାନବୀୟ ଭାବେ ତିନି ତିନି ଜଣଙ୍କ ଜୀବନ ନେଇଯାଇଛନ୍ତି ଅଭିଯୁକ୍ତମାନେ ।

ସେପ୍ଟେମ୍ବର ୯, ୨୦୧୬ । ଗୁଣପୁର ପୁଟାସିଂର କିପୁମ ଗାଁରେ ଭୟାନକ ରୂପ ନେଇଥିଲା ଗୁଣିଗାରେଡି ସନ୍ଦେହ । ଗୋଟିଏ ପରିବାରର ବାପା-ମାଆ ଓ ବଡ ଝିଅକୁ ହତ୍ୟା କରିବାକୁ ନିଷ୍ପତି ନେଇଥିଲେ ଅଭିଯୁକ୍ତମାନେ । ପ୍ରଥମେ ସମସ୍ତଙ୍କୁ ଗାଁ ଦାଣ୍ଡରେ ନିସ୍ତୁକ ମାଡ ମରାଯାଇଥିଲା । ଏହାପରେ ତିନି ଜଣଙ୍କୁ ବିଷ ଇଂଜେକ୍ସନ ଦେଇ ଜିଅନ୍ତା ପୋତି ଦେଇଥିଲେ । ତେବେ ଧରାପଡିଯିବା ଭୟରେ ଦିନକ ପରେ ମାଟି ତଳୁ ଶବ ବାହାର କରି ପୋଡି ଦେଇଥିଲେ ଅଭିଯୁକ୍ତ । ଆଖି ଆଗରେ ପୁରା ପରିବାରକୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ନେଇ ପୋଲିସ ଆଗରେ ବୟାନ ଦେଇଥିଲେ ସାନ ଝିଅ ।ଆଉ ଏହି ବୟାନକୁ ଭିତ୍ତି କରି ପୋଲିସ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।