ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସଭାରେ ଦଳାଚକଟା । ୩ ମୃତ, ଏକାଧିକ ଦଳୀୟ କର୍ମୀ ଆହତ । 

208

କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ରାଲିରେ ଦଳ ଚକଟା । ତେଲଗୁ ଦେଶମ ପାର୍ଟିର ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ରାଜନୈତିକ ସମାବେଶରେ ଦଳା ଚକଟା ହୋଇ ୩ ଜଣଙ୍କ ମୃତ୍ୟୁ ଓ ବହୁ ଟିଡିପି କର୍ମୀ ଆହତ ହୋଇଛନ୍ତି । ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତି କରାଯାଇଛି । ଆଜି ଗୁଣ୍ଟରରେ ଚନ୍ଦ୍ରବାବୁ ନାଇଡୁ ଏକ ଜନସଭାକୁ ସମ୍ବୋଧିତ କରିଥିଲେ ।

ସଭା ଶେଷ କରି ଟିଡିପି ମୁଖ୍ୟ ଯିବା ପରେ ସେଠାରେ ସ୍ୱତନ୍ତ୍ର ରାସନ କିଟ୍ ସଂକ୍ରାନ୍ତି କଣୁକା ବଂଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ହେଲେ ଶହ ଶହ ଲୋକ ବଂଟନ ସ୍ଥଳକୁ ବଳପୂର୍ବକୁ ଧସେଇ ପଶିବାକୁ ଉଦ୍ୟମ କରିବାରୁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଥିରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଟିଡିପି କର୍ମୀ ଆହତ ହୋଇଛନ୍ତି । ଏହା ପୂର୍ବରୁ ଚନ୍ଦ୍ରବାବୁ ନାଇଡୁଙ୍କ ନେଲୋର ରାଲିରେ ଦଳଚକଟା ହୋଇ ୮ ଜଣ ପ୍ରାଣ ହରାଇଥିଲେ । ସୁରକ୍ଷାରେ ତ୍ରୁଟି ଯୋଗୁଁ ବାରମ୍ବାର ଚନ୍ଦ୍ରବାବୁ ନାଇଡୁଙ୍କ ରାଜନୈତିକ କାର୍ଯ୍ୟକ୍ରମରେ ଏଭଳି ଅଘଟଣ ଦେଖିବାକୁ ମିଳୁଛି ।