ଅନନ୍ତନାଗରେ ଆତଙ୍କୀ ଆକ୍ରମଣ । ସିଆରପିଏଫର ୫ ଯବାନ ସହିଦ, ଦୁଇ ଆତଙ୍କୀ ନିପାତ ।

291

କନକ ବ୍ୟୁରୋ: ଜାମ୍ମୁ କାଶ୍ମୀରର ଅନ୍ତନାଗ କେପି ରୋଡ଼ରେ ବୁଧବାର ଆତଙ୍କବାଦୀ ଆକ୍ରମଣ ହୋଇଛି । ଫଳରେ ସିଆରପିଏଫର ୫ଜଣ ଯବାନ ଶହୀଦ ହୋଇଥିବା ବେଳେ ଆହତଙ୍କ ବାବଦରେ ସଠିକ୍ ସୂଚନା ହସ୍ତଗତ ହୋଇନାହିଁ । ସେପଟେ ଯବନାଙ୍କ ଗୁଳିରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ମୁତାବକ କେପି ରୋଡ଼ରେ ପୁଲିସ ଓ ସିଆରପିଏଫର ଏକ ପାଟ୍ରୋଲିଂ ଦଳ ଉପରକୁ ବାଇକରେ ଆସି ଅତର୍କିତ ଭାବେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ।

ଅନ୍ୟପଟେ ଏବେ ବି ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ଗୁଳି ବିନିମୟରେ ଅନନ୍ତନାଗ ପୁଲିସ, ସିଆରପିଏଫ ଓ ଏସଏଚଓର ୫ ଜଣ ଯବାନଙ୍କ ଦେହରେ ଗୁଳି ବାଜିଥିବା ବେଳେ ଆହତଙ୍କୁ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।