ଗୁଜରାଟ ଅଘଟଣରେ ମୃତ୍ୟୁ ସଂଖ୍ୟା ୬୦କୁ ବୃଦ୍ଧି। ଆହୁରି ବଢିପାରେ ମୃତ୍ୟୁ ସଂଖ୍ୟା।

331

କନକ ବ୍ୟୁରୋ: ଗୁଜରାଟ ଝୁଲାପୋଲ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ୬୦ ଜଣଙ୍କର ମୃତ୍ୟୁ ହୋଇଛି । ସେପଟେ ମୃତକଙ୍କ ପରିବାରକୁ ୪ ଲକ୍ଷର ସହାୟତା ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କ ସହାୟତା ରାଶି ଘୋଷଣା କରିଛନ୍ତି ।

ମଚ୍ଛୁ ନଦୀରେ ଏହି ବଡ ଦୁର୍ଘଟଣା ଘଟିଛି । ବର୍ତମାନ ସୁଦ୍ଧା ୬୦ରୁ ଅଧିକ ଲୋକ ପ୍ରାଣ ହରାଇଲଣେି । ମୁଖ୍ୟମନ୍ତୀ ନିଜର ସବୁ କାର୍ୟ୍ୟକ୍ରମକୁ ରଦ୍ଦ କରି ଘଟଣାସ୍ଥଳକୁ ଯାଇଛନ୍ତି । ବର୍ତମାନ ସୁଦ୍ଧା ୭୦ଜଣଙ୍କୁ ଉଦ୍ଧାର କରାଯାଇ ହସପିଟାଲ ପଠାଯାଇଛି । ଏହି ଝୁଲା ପୋଲରେ ଛଟ ପର୍ବ ପାଳନ ପାଇଁ ଲୋକେ ଜମା ହୋଇଥିଲେ ।