ରୋବର୍ଟ ଦ୍ୱାରା ହେଲା ଅପରେସନ । ୩୫ କି.ମି ଦୂରରେ ରହି ଡାକ୍ତର କଲେ ଅପରେସନ

ଆଜିକାଲି ମେଡିକାଲ ସାଇନ୍ସର ବହୁ ଅଗ୍ରଗତି ହେଲାଣି

182

କନକ ବ୍ୟୁରୋ : ଆଜିକାଲି ମେଡିକାଲ ସାଇନ୍ସର ବହୁ ଅଗ୍ରଗତି ହେଲାଣି । ତେଣୁ ବଡ ବଡ ରୋଗକୁ ଡାକ୍ତରମାନେ ଅତ୍ୟାଧୁନିକ ମେସିନ ସାହାଯ୍ୟରେ ଭଲ କରୁଛନ୍ତି । ତେବେ ଗୁଜୁରାଟର ଘଟଣା ପଦାକୁ ଆସିବା ପରେ ସାରା ଦେଶରେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ମିଳିଥିବା ସୂଚନା ଅନୁସାରେ, ଗୁଜୁରାଟ ଗାନ୍ଧୀନଗରରେ ବସି ଅହମ୍ମଦାବାଦର ଏକ ମେଡିକାଲରେ ଅପରେସନ କରିବାରେ ସଫଳ ହୋଇଛନ୍ତି । ଏହି ଅପରେସନ କରାଯାଇଛି ରୋବର୍ଟ ସାହାଯ୍ୟରେ । ଏହି ଅପରେସନ ପରେ ଡାକ୍ତର ଜଣକ ଦାବି କରିଛନ୍ତି ଯେ ଭାରତରେ ଏପରି ଅପରେସନ ପୂର୍ବରୁ କେବେ ହୋଇନଥିଲା । ତେଣୁ ଏହା ପ୍ରଥମ ବୋଲି ସେ ଦାବି କରିଛନ୍ତି ।

 

କୌଣସି କାରଣବସତଃ ଡାକ୍ତର ଜଣକ ରୋଗୀ ଭର୍ତି ହୋଇଥିବା ମେଡିକାଲରେ ପହଞ୍ଚି ପାରିନଥିଲେ । ତେଣୁ ୩୫ କିଲୋମିଟର ଦୂରରେ ରହି ଏକ ରୋବର୍ଟ ସାହାଯ୍ୟରେ ଅପରେସନ କରିଥିଲେ । ଇଣ୍ଟରନେଟ ମାଧ୍ୟମରେ ଡାକ୍ତର ଜଣକ ମେଡିକାଲରେ ବସିଥିଲେ । ଆଉ ସେପଟେ ରୋବର୍ଟ ସାହାଯ୍ୟରେ ଆରମ୍ଭ ହୋଇଥିଲା ଅପରେସନ । ଅପରେସନ ସଫଳ ହେବା ପରେ ଡାକ୍ତର ଜଣକ କହିଥିଲେ ଯେ, ସଠିକ ସମୟରେ ଅପରେସନ ହୋଇପାରୁନଥିବା କାରଣରୁ ବର୍ଷକୁ ପ୍ରାୟ ୧.୮ କୋଟି ଲୋକଙ୍କ ପ୍ରାଣ ଚାଲିଯାଏ ।

 

ତେଣୁ ଆଜର ଏହି ଅପରେନରେ ଜଣେ ରୋଗୀଙ୍କ ଜୀବନ ବଞ୍ଚଯାଇଛି ବୋଲି ସେ କହିଛନ୍ତି । ଏହି ଅପରେସନ ଟେଲି ରୋବର୍ଟକୁ ବ୍ୟବହାର କରାଯାଇଥିବା ନେଇ ସୂଚନା ମିଳିଛି । ଏହି ରୋବର୍ଟ ସାହାଯ୍ୟରେ ଗୋଟିଏ ସ୍ଥାନରେ ରହି ଅନ୍ୟ ଏକ ସ୍ଥାନରେ ଅପରେସନ କରିହେବ ବୋଲି ସେ କହିଛନ୍ତି । ସେହି ଡାକ୍ତର ଜଣକ ଦାବି କରି କହିଛନ୍ତି ଯେ, ଏହାରି ମାଧ୍ୟମରେ ସହରରେ ଥିବା ଡାକ୍ତର ଗ୍ରାମାଚଂଳରେ ରହିଥିବା ରୋଗୀଙ୍କ ସ୍ୱାସ୍ଥ ଅବସ୍ଥା ପରୀକ୍ଷା କରିପାରିବା ସହ ରୋଗୀର ଚିକିତ୍ସା ମଧ୍ୟ କରିପାରିବେ । ତେବେ ଏହି ଘଟଣା ଜଣାପଡିବା ପରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କୁ ଅବଗତ କରାଯାଇଥିବା ସୂଚନା ମିଳିଛି ।