ଗୁଜୁରାଟରେ ଟଙ୍କା ବର୍ଷା! ଏକ ସଙ୍ଗୀତ କାର୍ଯ୍ୟକ୍ରମରେ ଉଡିଲା ପୁଳା ପୁଳା ଟଙ୍କା; ଲୋକେ କହିଲେ, ଏହା ଆମର ପରମ୍ପରା

120

ଗୁଜୁରାଟରେ ଟଙ୍କା ବର୍ଷା । ବିଶ୍ୱାସ ନହେଉଥିଲେ ଏଭଳି ଘଟଣା ସାମ୍ନାକୁ ଆସିଛି ଗୁଜୁରାଟର ନୱସାରି ଜିଲ୍ଳାର ଏକ ସଙ୍ଗୀତ ଭିତିକ କାର୍ଯ୍ୟକ୍ରମରେ । ଷ୍ଟେଜ୍ ଉପରେ ଜଣେ ଲୋକଗାୟକ ସଂଗୀତ ପରିବେଷଣ କରୁଛନ୍ତି । ଆଉ ସ୍ୱରର ତାଳେ ତାଳେ ଟଙ୍କା ଉଡାଉଛନ୍ତି ସେଠାରେ ଉପସ୍ଥିତ ଥିବା ଜନତା । ସତେ ଯେମିତି ଆକାଶରୁ ଝରୁଛି ଟଙ୍କା । ମାତ୍ର କିଛି ସମୟ ଭିତରେ ପୁରା ପେଣ୍ଡାଲରେ ଗଦା ହୋଇଯାଉଛି ପୁଳା ପୁଳା ଟଙ୍କା । ଟଙ୍କା ଉଡାକୁ ନେଇ ମଧ୍ୟ ଲୋକଙ୍କ ଭିତରେ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି ।

ଯିଏ ଯାହା ପାଉଛି ୨୦୦, ୫୦୦ ଓ ୨ହଜାର ଟଙ୍କିଆ ନୋଟ୍ ଉଡାଉଛନ୍ତି । ତେବେ ପୂର୍ବରୁ ମଧ୍ୟ ଏଭଳି ଅନେକ ଥର ଟଙ୍କା ଉଡା ହୋଇଥିବାର ଖବର ସାମନାକୁ ଆସିଛି । ବିମୁଦ୍ରାକରଣ ସମୟରେ ଯେତେବେଳେ ଦେଶବାସୀ ଟଙ୍କାକୁ ନେଇ ଏକ ପ୍ରକାର ଭୀଷଣ ପରିସ୍ଥିତି ଦେଇ ଗତି କରୁଥିଲେ ସେହି ସମୟରେ ଏହିଭଳି ଏକ କାର୍ଯ୍ୟକ୍ରମରେ ମାତ୍ର କିଛି ସମୟ ଭିତରେ ଟଙ୍କାରେ ପେଣ୍ଡାଲ ଭର୍ତି ହୋଇଯାଇଥିଲା ।

ଆଉ ତାପରେ ଏହି ଟଙ୍କା ଗଣିବା ପାଇଁ ମେସିନର ସହାୟତା ନିଆଯାଇଥିଲା । ଏବଂ ଏହା ୫୦ଲକ୍ଷ ଟଙ୍କା ବୋଲି ପରେ ଜଣାପଡିଥିଲା । କୁହାଯାଉଛି ଗୁଜରାଟ, ହରିଆଣା ଓ ପଞ୍ଜାବରେ ଏହିଭଳି ସଂଗୀତ ଭିତିକ କାର୍ଯ୍ୟକ୍ରମରେ ଟଙ୍କା ଉଡା ପରମ୍ପରା ରହିଛି ।