ବ୍ୟାଙ୍କ କର୍ମଚାରୀଙ୍କୁ ଚାପୁଡା ପରେ ଚାପୁଡା ପିଟିଲେ ଗ୍ରାହକ: ଭାଇରାଲ ହେଉଛି ଭିଡିଓ…

3,345

କନକ ବ୍ୟୁରୋ: ଗୁଜରାଟର ନଦିୟାଦ ବ୍ୟାଙ୍କ ଅଫ ଇଣ୍ଡିଆରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଯେଉଁଠି ଜଣେ ଗ୍ରାହକ ବ୍ୟାଙ୍କ କର୍ମଚାରୀଙ୍କୁ ପିଟୁଥିବାର ଭିଡିଓ ସାମ୍ନାକୁ ଆସୁଛି । ଏହି ଘଟଣା ବ୍ୟାଙ୍କର ସିସିଟିଭିରେ କଏଦ ହୋଇଛି । ତେବେ ଲୋନ ବିବାଦକୁ ନେଇ ଏହି ଘଟଣା ଘଟିଥିବା ସୂଚନା ମିଳିଛି ।

୪୨ ସେକେଣ୍ଡର ଏକ ଭିଡିଓରେ ଦେଖିବାକୁ ମିଳିଛି କି ଜଣେ ବ୍ୟକ୍ତି ବ୍ୟାଙ୍କ ଭିତରେ ପହଞ୍ଚୁଛନ୍ତି, ଆଉ ବ୍ୟାଙ୍କ ଭିତରେ ବସିଥିବା କର୍ମଚାରୀଙ୍କ ପାଖକୁ ଯାଉଛନ୍ତି । କେହି କିଛି ବୁଝିବା ଆଗରୁ ବ୍ୟକ୍ତି ଜଣକ କର୍ମଚାରୀଙ୍କୁ ଚାପୁଡା ଉପରେ ଚାପୁଡା ମାରିଚାଲିଥିଲେ । ଅନ୍ୟ ଜଣେ ବ୍ୟାଙ୍କ କର୍ମଚାରୀ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ବି ସେ ବୁଝି ନଥିଲେ । ପରେ ସୁରକ୍ଷାକର୍ମୀ ବ୍ୟାଙ୍କ ଭିତରୁ ଗ୍ରାହକଙ୍କୁ ବାହାର କରିଥିଲେ ।

ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସିସିଟିଭି ଫୁଟେଜ ଆଧାରରେ ଏସସି-ଏସଟି ଆକ୍ଟ ଆଧାରରେ କେସ ଦାୟର କରିଛି । କୁହାଯାଉଛି ଯେ ଏହି ଘଟଣା ଫେବୃଆରୀ ୩ ତାରିଖର । ଗ୍ରାହକ ଜଣକ ଋଣ ସମସ୍ୟାକୁ ନେଇ ବ୍ୟାଙ୍କ କର୍ମଚାରୀଙ୍କୁ ପିଟିଥିଲେ ।