କୋଭିଡରେ ଅନାଥ ହୋଇଯାଇଥିବା ପିଲାମାନଙ୍କ ପାଇଁ ଗୁଜୁରାଟ ସରକାରଙ୍କ ଘୋଷଣା । ପ୍ରତି ମାସରେ ମିଳିବ ୪ ହଜାର ଟଙ୍କାର ସହାୟତା ରାଶି

191

କନକ ବ୍ୟୁରୋ : ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ କୋଭିଡରେ ଅନାଥ ହୋଇଯାଇଥିବା ପିଲାମାନଙ୍କ ପାଇଁ ବଡ ଘୋଷଣା କରିଛନ୍ତି । ରାଜ୍ୟରେ କରୋନା ସଂକ୍ରମଣରେ ବାପା ଓ ମା ଙ୍କୁ ହରାଇଥିବା ସମସ୍ତ ଅନାଥ ଶିଶୁଙ୍କୁ ରାଜ୍ୟ ସରକାର ମାସିକ ୪୦୦୦ ଟଙ୍କା ପ୍ରଦାନ କରିବେ । ଏହାସହ ଗୁଜୁରାଟ ସରକାର ଶ୍ମସାନ କର୍ମଚାରୀଙ୍କୁ ବି କରୋନା ଯୋଦ୍ଧାଭାବେ ଘୋଷଣା କରିଛନ୍ତି । ଅନ୍ୟ କରୋନା ଯୋଦ୍ଧା ଭଳି ଶ୍ମସାନ କର୍ମଚାରୀଙ୍କୁ ବି ସମସ୍ତ ଲାଭ ମିଳିବ । ସେମାନଙ୍କର ମୃତ୍ୟୁ ହେଲେ ସରକାର ସେମାନଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା ଦେବାକୁ ଘୋଷଣା କରିଛନ୍ତି   ।

ବୁଧବାର ଦିନ କୋଭିଡ ପରିଚାଳନା ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି   । ଗୁଜୁରାଟ ସରକାର ଆହୁରି କହିଛନ୍ତି କି, ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ଘରୋଇ ହସ୍ପିଟାଲରେ ଯଦି କରୋନା ସଂକ୍ରମିତଙ୍କ ଚିକିତ୍ସା କରୁଛନ୍ତି ତାହେଲେ ରାଜ୍ୟ ସରକାରଙ୍କ ତରଫରୁ ସେମାନଙ୍କୁ ମିଳିଥିବା ମା’ ଓ ବାତ୍ସଲ୍ୟ କାର୍ଡ ବ୍ୟବହାର କରିପାରିବେ ।

କହିରଖୁ କି, ଗତ ୨୪ ଘଂଟାରେ ରାଜ୍ୟରେ ୧୧.୦୧୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ଅବଧି ମଧ୍ୟରେ କରୋନା ସଂକ୍ରମଣରେ ୧୦୨ ଜଣ ଲୋକଙ୍କ ଜୀବନ ଯାଇଛି । ଏହାସହ ଗତ ୨୪ ଘଂଟାରେ ୧୫,୨୬୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏହାସହ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୭,୧୪,୬୧୧ ରେ ପହଂଚିଥିବା ବେଳେ ସୁସ୍ଥକଙ୍କ ସଂଖ୍ୟା ୫,୭୮,୩୯୭ କୁ ବୃଦ୍ଧି ପାଇଛି । ଏହାସହ ୧,୨୭,୪୮୩ ଆକ୍ଟିଭ ମାମଲା ରହିଥିବା ବେଳେ ରାଜ୍ୟରେ କରୋନା ଜନିତ ମୃତକଙ୍କ ସଂଖ୍ୟା ୮,୭୩୧ ରେ ପହଂଚିଛି ।