ଗୁଜରାଟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ : ନିଶାନ ପବ୍ଲିକ୍ ସ୍କୁଲରେ ଭୋଟ୍ ଦେଲେ ପ୍ରଧାନମନ୍ତ୍ରୀ; ବୁଥ ବାହାରେ ଲାଗିଥିବା ଧାଡ଼ିରେ ଆସିଲେ ନଜର

103

କନକ ବ୍ୟୁରୋ : ଅହମ୍ମଦାବାଦରେ ଭୋଟ୍ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଶାନ୍ ପବ୍ଲିକ ସ୍କୁଲରେ ଭୋଟିଂ ଚାଲିଥିବା ବେଳେ ଧାଡିରେ ଛିଡା ହୋଇ ଦେଇଛନ୍ତି ଭୋଟ୍ । ନିଜ ସମର୍ଥକଙ୍କ ଗହଣରେ ମତଦାନ କେନ୍ଦ୍ରରେ ପହଞ୍ଚି ୧୭୭ ନମ୍ବର ବୁଥରେ ମତଦାନ କରିଛନ୍ତି ପ୍ରଧାନମନ୍ତ୍ରୀ । ମତଦାନ କେନ୍ଦ୍ରରେ ଏ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପୁଲିଂ ବୁଥରେ ଏଣ୍ଟ୍ରି କରିବାକୁ ଦୁଇଟି ଗେଟ୍ ବ୍ୟବସ୍ଥା କରାଯାଇଛି । ଗୋଟିଏ ଗଟେରେ ସାଧାରଣ ଲୋକଙ୍କ ଯିବା ଆସିବା ପାଇଁ ହୋଇଥିବା ବେଳେ ଅନ୍ୟ ଗେଟ ପ୍ରଧାନମନ୍ତ୍ରୀଙ୍କ ପାଇଁ କରାଯାଇଛି । ସେହିଭଳି ଅପ୍ରୀତିକର ପରିସ୍ଥିତି ଏଡାଇବାକୁ ବୁଥରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି ।