କନକ ବ୍ୟୁରୋ: ଆପର ଗୁଜରାଟ ସଂଯୋଜକ ଗୋପାଲ ଇଟାଲିଆଙ୍କୁ ଦିଲ୍ଲୀ ପୋଲିସ ନିଜ ହେପାଜତକୁ ନେଇଛି । ଦିଲ୍ଲୀ ପୋଲିସ ଗୋପାଲ ଇଟାଲିଆଙ୍କୁ ସରିତା ବିହାର ଥାନାକୁ ନେଇଥିବା ସୂଚନା ମିଳିଛି । ରାଷ୍ଟ୍ରୀୟ ମହିଳା ଅୟୋଗ ଭାଇରାଲ ଭିଡିଓକୁ ପାଥେୟ କରି ତାଙ୍କୁ ସମନ ଜାରି କରିବା ସହ ପଚରାଉଚରା ପାଇଁ ଡକାଇଥିଲା । ତେବେ ଏହିଠାରୁ ହିଁ ତାଙ୍କୁ ପୋଲିସ ହେପାଜତକୁ ନେଇଛି ।
ଗୋପାଲଙ୍କ ଆଉ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଦେଉଛନ୍ତି । ଏହି ଘଟଣା ସାମ୍ନାକୁ ଆସିବା ପରେ ବିଜେପି ଲଗାତର ଆପର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ ଜେଜ୍ରିୱାଲଙ୍କୁ ଟାର୍ଗେଟ କରିଥିଲା ।
ନିକଟରେ ବିଜେପି ଗୋଟିଏ ଭିଡିଓ ଜାରି କରିଥିଲା । ଏଥିରେ ଗୋପାଲ ଇଟାଲିଆ କହିଥିଲେ ମୁଁ ମାଆ ଏବଂ ଭଉଣୀ ମାନଙ୍କୁ ଅନୁରୋଧ କରୁଛି ପାରାୟଣ ଏବଂ ମନ୍ଦିରରୁ ଆପଣଙ୍କୁ କିଛି ମିଳିବ ନାହିଁ । ଏହା ଶୋଷଣର ଘର । ଯଦି ଆପଣଙ୍କୁ ଆପଣଙ୍କର ଅଧିକାର ଦରକାର, ଏହି ଦେଶରେ ଆପଣ ଶାସନ କରିବାକୁ ଚାହୁଁଛନ୍ତି, ସମାନ ହକ ଚାହୁଁଛନ୍ତି ତେବେ ପାରାୟଣରେ ନାଚିବା ବଦଳରେ ବହି ପଢନ୍ତୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/Capture-17.jpg)