ବିଦେଶ ଫେରନ୍ତା ଯାତ୍ରୀଙ୍କ ପାଇଁ ଗାଇଡଲାଇନ: ଜାଣନ୍ତୁ ମାନିବାକୁ ପଡିବ କେଉଁ ସବୁ ନିୟମ?

147

କନକ ବ୍ୟୁରୋ: ଦେଶରେ କରୋନାର ନୂଆ ପ୍ରଜାତି ଓମିକ୍ରନ ନିଆଁ ବେଗରେ ବ୍ୟାପିବାରେ ଲାଗିଛି । କରୋନା ମୁକାବିଲା ରାଜ୍ୟମାନଙ୍କ ସହ କେନ୍ଦ୍ର ସରକାର ମାରାଥନ ବୈଠକ ସହ ଗୋଟେ ପରେ ଗୋଟେ କଟକଣା ଲାଗୁ କରିଛନ୍ତି । ଏହା ଭିତରେ ବିଦେଶରୁ ଆସୁଥିବା ଯାତ୍ରୀଙ୍କ ଉପରେ ମଧ୍ୟ ରହିଛି କଡ଼ା ନଜର । ବିଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ କେନ୍ଦ୍ର ଲଗାଇଥିବା ନୂଆ କଟକଣା ଜାନୁଆରୀ ୧୧ ଲାଗୁ ହୋଇଛି । ବିଦେଶରୁ ଫେରୁଥିବା ଯାତ୍ରୀଙ୍କ ପାଇଁ କଣ ରହିଛି କଟକଣା ଏହା ଉପରେ ନଜର ପକାନ୍ତୁ-

ବିଦେଶ ଫେରନ୍ତା ଯାତ୍ରୀଙ୍କ ପାଇଁ ଗାଇଡଲାଇନ-

-ସମସ୍ତ ଯାତ୍ରୀଙ୍କୁ ବିମାନବନ୍ଦର ପୋର୍ଟାଲରେ ନିଜ ସମ୍ବନ୍ଧରେ ସମସ୍ତ ସଠିକ ସୂଚନା ଦେବାକୁ ପଡିବ । ଯାତ୍ରାର ୧୪ଦିନ ପୂର୍ବର ସମସ୍ତ ଯାତ୍ରା ସମ୍ବନ୍ଧରେ ବିବରଣୀ ଦେବାକୁ ପଡିବ ।

-ଯାତ୍ରୀଙ୍କୁ ନିଜର ନେଗେଟିଭ ଆରଟିପିସିଆର ରିର୍ପୋଟ ଅପଲୋଡ କରିବାକୁ ପଡିବ । ଏହି ରିର୍ପୋଟ ଯାତ୍ରାର ୭୨ ଘଂଟା ଭିତରର ହେବା ଜରୁରୀ

-ସଂଗରୋଧ,ହେଲଥ ମନିଟରିଂର ସମ୍ବନ୍ଧିତ ସମସ୍ତ ନିୟମ ପାଳନ କରିବା ପାଇଁ ଯାତ୍ରୀ ଲିଖିତ ଆକାରରେ ଦେବେ

 -କରୋନା ଟେଷ୍ଟ ନେଗେଟିଭ୍ ଆସିବା ସତ୍ୱେ ସମସ୍ତ ବିଦେଶ ଫେରନ୍ତାଙ୍କୁ ୭ଦିନ ପର୍ଯ୍ୟନ୍ତ ବାଧ୍ୟତାମୂଳକ ଘରୋଇ ସଂଗରୋଧରେ ରହିବାକୁ ପଡିବ ଓ ୮ ଦିନରେ ପୁଣି ଆରଟିପିସିଆର ଟେଷ୍ଟ କରିବେ

-୮ ଦିନରେ କରିଥିବା ଆରଟିପିସିଆର ରିର୍ପୋଟକୁ ବିମାନ ସେବା ପୋର୍ଟାଲରେ ଅପଲୋଡ କରିବାକୁ ପଡିବ । ରିର୍ପୋଟ ଆସିବା ପରେ ଆଗାମୀ ୭ଦିନ ପାଇଁ ନିଜର ସ୍ୱାସ୍ଥ୍ୟ ପ୍ରତି ସ୍ୱୟଂ ନୀରିକ୍ଷଣ କରିବେ 

କରୋନାର ନୂଆ ପ୍ରଜାତି ଓମିକ୍ରନ  ସାରା ବିଶ୍ୱରେ ଭୟର ବାତାବରଣ ଖେଳାଇଛି । ତେଣୁ ଭାରତ ସରକାର ବିଦେଶରୁ  ଫେରୁଥିବା ଯାତ୍ରୀଙ୍କ ଉପରେ କଡ଼ା ନଜର ରଖିବା ସହ ଏହି ନୂଆ ଗାଇଡଲାଇନ ଜାରି କରିଛନ୍ତି । ଯାହାଦ୍ୱାରା ହୁଏତ ସଂକ୍ରମଣକୁ କିଛି ମାତ୍ରାରେ ରୋକା ଯାଇପାରେ । ଆମେରିକା ସ୍ୱାସ୍ଥ୍ୟବିଶେଷଜ୍ଞଙ୍କ ମତରେ ଆଗକୁ ଭାରତରେ କରୋନା ସଂକ୍ରମଣ ହାଇପିକ ଛୁଇଁପାରେ ।ଭାରତରେ ବର୍ତମାନ ଯେଉଁଭଳି ବେଗରେ କରୋନା ସଂକ୍ରମିତ ହେଉଛି ଯଦି ସେହିପରି ସ୍ଥିତିି ରହେ ତେବେ ଆଗକୁ ପ୍ରତ୍ୟେକ ଦିନ ୩ମିଲିୟନ ବା ୩୦ଲକ୍ଷ ସଂକ୍ରମିତ ଚିହ୍ନଟ ହେବା ନେଇ ଆକଳନ କରିଛି ଆମେରିକୀୟ ସ୍ୱାସ୍ଥ୍ୟ ବିଶେଷଞ୍ଜ ।   ସେପଟେ ଦେଶରେ ବି କରୋନା  ବିରୋଧୀ ଲଢେଇକୁ ଜୋରଦାର କରିବା ପାଇଁ ସରକାର ତୃଣମୃଳ ସ୍ତରରେ ପ୍ରୟାସ ଚଳାଇଛନ୍ତି ।