ଜୟପୁର ସହରର ସୁନା ଦୋକାନ ‘ମୟୁରୀ ଜୁଏଲର୍ସ’ରେ ଜିଏସଟି ରେଡ : ଟିକସ ଫାଙ୍କିଥିବା ଅଭିଯୋଗରେ ଚଢଉ

ଜବତ ସୁନା ଗହଣା ବ୍ୟାଗରେ ଧରି ପଳାଇଲେ ତଦନ୍ତକାରୀ ଅଧିକାରୀ

57

କନକ ବ୍ୟୁରୋ : ଜୟପୁର ସହରର ପ୍ରମୁଖ ସୁନା ଦୋକାନ ‘ମୟୁରୀ ଜୁଏଲର୍ସ’ ଉପରେ ବାଣିଜ୍ୟକର ବିଭାଗର ଅଚାନକ ଚଢଉ । ଜିଏସଟି ଫାଙ୍କିଥିବା ଅଭିଯୋଗରେ ଦୀର୍ଘସମୟ ଧରି ବାଣିଜ୍ୟକର ବିଭାଗ ଓ ପୋଲିସ ପକ୍ଷରୁ ମିଳିତ ଚଢଉ କରାଯାଇଥିଲା । ଚଢଉ ପରେ ଜିଏସଟି ବିଭାଗର ଏନଫୋର୍ସମେଂଟ ଟିମ୍ କହିଛି, ତଦନ୍ତ ପରେ ସବିଶେଷ ସୂଚନା ଦିଆଯିବ । ଚଢଉ ପରେ ସମସ୍ତ ସୁନା ଅଳଙ୍କାର ବ୍ୟାଗରେ ଭର୍ତି କରି ନେଇଯାଇଛନ୍ତି ବାଣିଜ୍ୟକର ବିଭାଗର ଟିମ୍ ।