ଶସ୍ତା ହୋଇପାରେ ଫ୍ଲାଟ୍ ! ନିର୍ମାଣାଧିନ ଘର ଉପରେ ଜିଏସଟି ଦରକୁ ୫ ପ୍ରତିଶତ କମାଇବାକୁ ଚାଲିଛି ବିଚାର

111

ଦିଲ୍ଲୀରେ ବସିଥିବା ୩୧ ତମ ଜିଏସଟି ପରିଷଦ ବୈଠକରେ ୨୩ଟି  ସାମଗ୍ରୀରେ ଜିଏସଟି ଦର ହ୍ରାସ ହେବା ନେଇ ନିଷ୍ପତି ନିଆଯାଇଛି । ଏସବୁ ସାମଗ୍ରୀର ଜିଏସଟି ହାର ୧୮ ପ୍ରତିଶତରୁ ହ୍ରାସ ପାଇ ୧୨ ଓ ୫ ପ୍ରତିଶତ ରଖାଯାଇଛି । ତେବେ ୬ଟି ସାମଗ୍ରୀକୁ ୨୮ ପ୍ରତିଶତର ସ୍ଲାବରୁ ହଟାଇ ୧୮ ପ୍ରତିଶତକୁ ଅଣାଯାଇଛି । ଏହି ବୈଠକରେ ୩୩ଟି ଆଇଟମ ଉପରେ ଜିଏସଟି ଦର ହ୍ରାସ ପାଇଛି । ଏଥିସହିତ ହିଁ ୬ଟି ଆଇଟମକୁ ୨୮ ପ୍ରତିଶତ ସ୍ଲାବରୁ ୧୮ ପ୍ରତିଶତକୁ ଅଣାଯାଇଛି । ସେହିପରି ୨୬ଟି ଆଇଟମକୁ ୧୮ ପ୍ରତିଶତ ସ୍ଲାବରୁ ୧୨ ପ୍ରତିଶତକୁ ଅଣାଯାଇଛି । ତେବେ ଖବର ଆସିଛି କି ଆସନ୍ତାମାସରେ ବସିବାକୁ ଯାଉଥିବା ବୈଠକରେ Residential units under construction (କାର୍ଯ୍ୟ ସଂପନ୍ନ ହେବାର ପ୍ରମାଣପତ୍ର)ର ଅପେକ୍ଷାରେ ପଡି ରହିଥିବା ଫ୍ଲାଟ ଉପରେ କରର ଦରକୁ କମାଇ ୫ ପ୍ରତିଶତ କରିପାରନ୍ତି ସରକାର ।

ବର୍ତ୍ତମାନ ଏଭଳି ପ୍ରସ୍ତୁତ ଫ୍ଲାଟ ଉପରେ ଜିଏସଟିର ଦର ୧୨ ପ୍ରତିଶତ ରହିଛି । ଯାହାକୁ କାର୍ଯ୍ୟପୂର୍ଣ୍ଣ ହେବାର ପ୍ରମାଣପତ୍ର ଏଯାବତ୍ ମିଳିପାରିନାହିଁ । ତେବେ ରିୟଲ ଇଷ୍ଟେଟ ସଂପିତକୁ କିଣିଥିବା ସେ ସମସ୍ତ କ୍ରେତାଙ୍କ ଉପରେ ଜିଏସଟି ଲାଗୁ ହେବନାହିଁ , ଯେଉଁମାନଙ୍କୁ କି ବିକ୍ରି ସମୟରେ କାର୍ଯ୍ୟପୂର୍ଣ୍ଣ ହେବାର ପ୍ରମାଣ ପତ୍ର ମିଳସାରିଛି ।

ଜଣେ ଅଧିକାରୀଙ୍କ କହିବା ଅନୁସାରେ, ଏହି ମାମଲାରେ ୧୨ ପ୍ରତିଶତର ଜିଏଟି ଦରର ଭାର  ବିଲଡରଙ୍କ ଦ୍ୱାରା ନିର୍ମାଣ ବସ୍ତୁଗୁଡିକ ଉପରେ ଦିଆଯାଇଥିବା କରଗୁଡିକ କାରଣରୁ ଆଂଶିକ ରୂପରେ ହ୍ରାସ ପାଇଥାଏ । ଏଭଳି ପରିସ୍ଥିତିରେ ନିର୍ମାଣଧୀନ ଦୋକାନ ଗୁଡିକ ଉପରେ ଜିଏସଟିର ବାସ୍ତିବକ ଦର ପାଖାପାଖି ୧ର୫ରୁ ୬ ପ୍ରତିଶତ ରହିବା ଦରକାର । ହେଲେ ବିଲଡର ଉତ୍ପାଦନ ସାମଗ୍ରୀ ଉପରେ ପରିଶୋଧ କରାଯାଇଥିବା କରଗୁଡିକର ଲାଭର ଫାଇଦା ଗ୍ରାହକଙ୍କ ନିକଟରେ ପହଂଚିପାରୁନାହିଁ ।

ଅଧିକାରୀ ଜଣକ ଆହୁରୀ ମଧ୍ୟ କହିଛନ୍ତି କି, ଜିଏସଟି ପରିଷଦ ସମକ୍ଷରେ ରଖାଯାଇଥିବା ପ୍ରସ୍ତାବରେ ଗୋଟିଏ ହେଲା ୮୦ ପ୍ରତିଶତ ନିର୍ମାଣ ସାମଗ୍ରୀ ପଂଜିକୃତ ବିଲଡରଙ୍କଠାରୁ କିଣୁଥିବା ବିଲଡରମାନଙ୍କ ପାଇଁ ଜିଏସଟି ଦର ହ୍ରାସ କରାଯାଇ ୫ ପ୍ରତିଶତ କରିଦିଆଯାଉ । ଅଧିକାରୀଙ୍କ କହିବା ଅନୁସାରେ, ବର୍ତମାନ ସମୟରେ ବିଲଡର ନିର୍ମାଣରେ ବ୍ୟବହାର ହେଉଥିବା ବସ୍ତୁଗୁଡିକ ଉପରେ ନଗଦି ରୂପରେ ପେମେଂଟ କରୁଛନ୍ତି ଏବଂ ଉପଭୋକ୍ତାଙ୍କୁ ସାମାଗ୍ରୀ କିଣିବାରେ ପରିଷୋଧ କରିଥିବା କର ଉପରେ ମିଳୁଥିବା ଲାଭର ଫାଇଦା ପହଂଚି ପାରୁନାହିଁ । ଏଥିପାଇଁ ସେମାନଙ୍କୁ ଔପଚାରିକ ବ୍ୟବସ୍ଥା ପରିସରରେ ଅଣାଯିବା ନିହାତି ଆବଶ୍ୟକ ।

ଏଠାରେ ଆମେ କହି ରଖୁଛୁ କି, ବିଳାଶପୂର୍ଣ୍ଣ ବସ୍ତୁ ଏବଂ ତମ୍ବାକୁ –ସିଗାରେଟକୁ ଛାଡି ଦେବା ପରେ ନିତ୍ୟ ବ୍ୟବହାର୍ୟ୍ୟ ବସ୍ତୁଗୁଡିକୁ ୧୮ ପ୍ରତିଶତ ଜିଏସଟି ପରିସରରେ ରଖାଯାଇଛି । ତେବେ ଏହି ଦୈନନ୍ଦିନ ଜୀବନରେ ବ୍ୟବହୃତ ବସ୍ତୁଗୁଡିକରେ ଏଲଇଡି ଟିଭି , ଗିଅରବକ୍ସ, ରିଟ୍ରେଡେଡ୍ ଟାୟାର, ପାଓ୍ଵାର ବ୍ୟାଙ୍କ, ଲିଥିୟମ ଆଇରନ ବ୍ୟାଟେରୀ, କମ୍୍ୟୁଟର ମନିଟର, ୟୁପିଏସ, ଡିଜିଟାଲ କ୍ୟାମେରା, ୱାଶିଂମେସିନ ଏବଂ ପାଣି ଗରମ କରୁଥିବା ୱାଟର ହିଟର ସାମିଲ ରହିଛି । ଜୋତା ଉପରେ ଜିଏସଟି ହାର ୧୮ ପ୍ରତିଶତ ବଦଳରେ ୧୨ ପ୍ରତିଶତ ଲାଗୁ ହେବ । ଫ୍ରୋଜେନ ଭେଜିଟେବୁଲ ଉପରେ ଜିଏସଟି ଲାଗୁ ହେବ ନାହିଁ । ସେହିପରି ୧୦୦ ଟଙ୍କା ପର୍ୟ୍ୟନ୍ତ ସିନେମା ଟିକେଟ ଉପରେ ଟିକସ ହାର ୧୨ ପ୍ରତିଶତକୁ ହ୍ରାସ ପାଇଛି । ଏହା ଫଳରେ ସିନେମା ଟିକେଟ ଶସ୍ତା ହେବ । ସେହିପରି ୧୦୦ ଟଙ୍କାରୁ ଅଧିକ ମୂଲ୍ୟର ସିନେମା ଟିକେଟ ଉପରେ ଜିଏସଟି ହାର ୨୮ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ କରାଯାଇଛି । ସୋଲାର ଏନର୍ଜି ସାମଗ୍ରୀ ଉପରେ ୫ ପ୍ରତିଶତ ଜିଏସଟି ଲାଗୁ ହେବ । ଏକ ସାଧାରଣ ସଂଚୟ ଜମା ଖାତା କିମ୍ବା ଜନଧନ ଖାତା ଖୋଲିବା ଉପରେ କୌଣସି ଜିଏସଟି ଲାଗୁ ହେବ ନାହିଁ । ଏବେ ମାତ୍ର ୨୮ଟି ବିଳାଶମୟ ସାମଗ୍ରୀ ଉପରେ ୨୮ ପ୍ରତିଶତ ଜିଏସଟି ଲାଗୁ ହେଉଛି । ଏସବୁ ଜିଏସଟି ହ୍ରାସ ଜାନୁୟାରୀ ୧ରୁ ଲାଗୁ ହେବ ।