କରୋନାର ନୂଆ ସ୍ୱରୁପ ଡେଲଟା ପ୍ଲସକୁ ନେଇ ସତର୍କ କଲେ କେନ୍ଦ୍ର ସରକାର । କଣ୍ଟେନମେଣ୍ଟ କରି ପଦକ୍ଷେପ ନେବାକୁ ୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ 

197

କନକ ବ୍ୟୁରୋ : କରୋନାର ନୂଆ ସ୍ୱରୁପ ଡେଲ୍ଟା ପ୍ଲସ୍ ଭେରିଆଂଟକୁ ନେଇ ସତର୍କ କରିଛନ୍ତି କେନ୍ଦ୍ର ସରକାର । କଣ୍ଟେନମେଣ୍ଟ କରି ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୁଷଣ । ତାମିଲନାଡୁ, ରାଜସ୍ଥାନ, କର୍ଣ୍ଣାଟକ, ପଂଜାବ, ଆନ୍ଧ୍ର ପ୍ରଦେଶ, ଜାମ୍ମୁ-କାଶ୍ମୀର, ଗୁଜୁରାଟ ଓ ହରିୟାଣା ସରକାରଙ୍କୁ ଏନେଇ ଚିଠି ଲେଖିଛନ୍ତି ।
ସେହିପରି କରୋନା ପିଜିଟିଭ୍ ଆସୁଥିବା ଲୋକଙ୍କ ଉପରେ ନଜର ରଖିବା ସହ ସେମାନଙ୍କ ନମୂନା ସଂଗ୍ରହ କରି ଜେନମ୍ ସିକୁଏନ୍ସ କରିବା ପାଇଁ ପରାମର୍ଶ ଦେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୁଷଣ ସୂଚନା ଦେଇ କହିଛନ୍ତି-ଆନ୍ଧ୍ରପ୍ରଦେଶର ତିରୁପତି, ଗୁଜୁରାଟର ସୁରଟ, ହରିୟାଣାର ଫରିଦାବାଦ, ଜମ୍ମୁ-କାଶ୍ମୀର କାଟ୍ରା, ରାଜସ୍ତାନର ବିକାନେର, ପଂଜାବର ପଟିଆଲା ଓ ଲୁଥିଆନା, କର୍ଣ୍ଣାଟକର ମହିଶୂର, ତାମିଲନାଡୁର ଚେନ୍ନାଇ, ମଦୁରାଇ ଏବଂ କାନଚିପୁରମରେ ଚିହ୍ନଟ ହୋଇଛନ୍ତି । ଦେଶରେ ମୋଟ୍ ୫୧ ଡେଲଟା ପ୍ଲସ ମାମଲା ସାମନାକୁ ଆସିଛି । ଯେଉଁ ସ୍ଥାନରେ ଏହି ସଂକ୍ରମିତ ଚିହ୍ନଟ ହେଉଛନ୍ତି, ସେଠାରେ ତୁରନ୍ତ କଣ୍ଟେନମେଣ୍ଟ ଜୋନ୍ କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦେଇଛନ୍ତି । ବଡ଼ କଥା ହେଉଛି କରୋନା ଭୂତାଣୁର ଏହି ସ୍ୱରପ ଓଡ଼ିଶାରେ ବି ପହଞ୍ଚିଯାଇଛି ।