‘ଉଜ୍ଜ୍ୱଳା ଯୋଜନା’ ଅବଧି ବଢ଼ିଲା : ଉଜ୍ଜ୍ୱଳା ଯୋଜନାରେ ଆଉ ଏକ କୋଟି ହିତାଧିକାରୀଙ୍କୁ ସାମିଲ କରାଯିବ

280

କନକ ବ୍ୟୁରୋ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍-୨୦୨୧ ଉପସ୍ଥାପନ କରି କହିଛନ୍ତି ଯେ, ସରକାର କେତେଗୁଡ଼ିଏ ଜନହିତକର ଯୋଜନାକୁ ସଂପ୍ରସାରିତ କରାଯାଇଛି । ଏଥିମଧ୍ୟରେ ‘ଉଜ୍ଜ୍ୱଳା ଯୋଜନା’କୁ ସାମିଲ କରାଯାଇଛି । ଆଗାମୀ ୩ ବର୍ଷ ଭିତରେ କେନ୍ଦ୍ର ସରକାର ୧୦୦ଟି ଜିଲ୍ଲାରେ ଏକ କୋଟିରୁ ଅଧିକ ହିତାଧିକାରୀଙ୍କୁ ଗ୍ୟାସ୍ ଯୋଗାଣ କରାଯିବ । ଏହାଛଡ଼ା ଜମ୍ମୁ-କଶ୍ମୀରରେ ଏକ ଗ୍ୟାସ୍ ପାଇପ୍ ଲାଇନ୍ ପ୍ରକଳ୍ପକୁ ହାତକୁ ନିଆଯାଇଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍-୨୦୨୧ର ଅଭିଭାଷଣ ଆରମ୍ଭ କରି କହିଛନ୍ତି ଯେ ସରକାର ଛଅଟି କ୍ଷେତ୍ରକୁ ସର୍ବାଧିକ ଗୁରୁତ୍ବ ଦେଇଛନ୍ତି। ଏଥିମଧ୍ୟରୁ ସ୍ବାସ୍ଥ୍ୟ ସେବା ଓ ସୁସ୍ଥତାକୁ ପ୍ରାଧାନ୍ୟ ଦିଆଯାଉଛି । ଚଳିତ ଆର୍ଥିକ ବର୍ଷ ଲାଗି ସ୍ବାସ୍ଥ୍ୟ କ୍ଷେତ୍ରରେ ମୋଟ୍ ୨.୨୩ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ମୋଦୀ ସରକାର ସ୍ବାସ୍ଥ୍ୟ ସେବା କ୍ଷେତ୍ର ଉପରେ ଅଧିକ ଫୋକସ୍ ଦେଉଥିବା କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ର । ସେ ଘୋଷଣା କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସ୍ବାସ୍ଥ୍ୟ ଭାରତ ଯୋଜନାରେ ୬୪ ହଜାର କୋଟି ଟଙ୍କାର କର୍ପସ୍ ପାଣ୍ଠିର ବ୍ୟବସ୍ଥା କରାଯାଇଛି । ଆଗାମୀ ୬ ବର୍ଷରେ ସ୍ବାସ୍ଥ୍ୟ ଭିତ୍ତିଭୂମି ଲାଗି ୬୪, ୧୮୦ କୋଟି ଟଙ୍କା ବିନିଯୋଗ କରାଯିବ ବୋଲି ସେ ଘୋଷଣା କରିଛନ୍ତି ।