ମମିତା ମେହେର ନିଖୋଜ ମାମଲା । ମୁଖ୍ୟ କାର୍ପଟଦାର ଗୋବିନ୍ଦ ସାହୁ ଗିରଫ ସୂଚନା

332

କନକ ବ୍ୟୁରୋ: ବହୁଚର୍ଚ୍ଚିତ ମମିତା ମେହେର ନିଖୋଜ ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ସାହୁ ଗିରଫ । ଗୋବିନ୍ଦ ସାହୁକୁ ଏବେ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ମୁଣ୍ଡପଦରରେ ଗୋବିନ୍ଦ ସାହୁ ନିଜ ଭଉଣୀ ଘରେ ଲୁଚିଥିବାବେଳେ ସେଠାରୁ ପୋଲିସ ତାକୁ ଗିରଫ କରିଛି । ତେବେ ଗୋବିନ୍ଦଙ୍କୁ ଗିରଫ କରିବା ପରେ ମମିତାଙ୍କ ନିଖୋଜ ଓ ଗଳିତ ଶବ ଉଦ୍ଧାର ଘଟଣାରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିପାରେ ବୋଲି ଆଶା କରାଯାଉଛି ।

ସୂଚନାଯୋଗ୍ୟ ଯେ, କଳାହାଣ୍ଡି କେଗାଁ ଥାନା ମହାଲିଙ୍ଗରେ ଥିବା ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ଥିବା ମମିତା ମେହେର ଗତ ୧୨ ଦିନ ତଳେ ହଠାତ୍ ନିଖୋଜ ହୋଇଯାଇଥିଲେ । ସ୍କୁଲ ମାଲିକ ଗୋବିନ୍ଦ ସାହୁ ମମିତାଙ୍କୁ ସ୍କୁଲକୁ ଡାକିଥିବାବେଳେ, ସେ ସ୍କୁଲ ଯିବା ବାଟରେ ହିଁ ନିଖୋଜ ହୋଇଯାଇଥିଲେ । ଏହାପରେ ପୋଲିସ ଗୋବିନ୍ଦ ସାହୁଙ୍କୁ ଏହି ଘଟଣାରେ ଉଠାଇ ଆଣିଥିଲେ ବି ସେ ପୋଲିସ ହେପାଜତରୁ ଫେରାର୍ ହୋଇଥିଲେ । ଆଉ ଆଜି ଏହି ଘଟଣାରେ ମହାଲିଙ୍ଗ ସ୍ଥିତ ଷ୍ଟାଡିୟମରୁ ଏକ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ହେଲେ ଗୋବିନ୍ଦ ସାହୁ ଗିରଫ ନହେବା ପର୍ଯ୍ୟନ୍ତ ଏହି ସବୁ ଘଟଣା ଉପରେ ଏକ ପ୍ରଶ୍ନ ଚିହ୍ନ ରହିଥିଲା । ଗୋବିନ୍ଦ ସାହୁ ଏବେ ଗିରଫ ହେବା ପରେ ଏହି ଘଟଣା ଉପରୁ ପରଦା ଉଠିପାରେ ବୋଲି କୁହାଯାଉଛି ।

ତେବେ ନଜର ପକାନ୍ତୁ, ମମିତା ନିଖୋଜ ହେବା ପରଠାରୁ ଏବେ ଯାଏଁ କଣ ରହିଛି ପୂରା ଘଟଣା…

  • ୮ ତାରିଖରେ ଜରୁରୀ କାଗଜପତ୍ର ଧରି ସ୍କୁଲକୁ ଆସିବା ପାଇଁ ମମିତାଙ୍କୁ କହିଥିଲେ ମାଲିକ ଗୋବିନ୍ଦ ସାହୁ
  • ୧୨ ତାରିଖରେ ଝିଅ ନିଖୋଜ ନେଇ କେ ଗାଁ ଥାନାରେ ଅଭିଯୋଗ କରିଥିଲେ ମମିତାଙ୍କ ପରିବାର
  • ଅପହରଣ ପଛରେ ଗୋବିନ୍ଦଙ୍କ ହାତ ଥିବା ସନ୍ଦେହ କରି ୧୪ ତାରିଖରେ ଉଠାଇ ଆଣିଥିଲା ପୋଲିସ
  • ୧୭ ତାରିଖ ଯାଏଁ ଟିିଟିଲାଗଡ ଥାନାରେ ଥିଲେ ମହାଲିଙ୍ଗ ସନସାଇନ୍ ସ୍କୁଲର ମାଲିକ ଗୋବିନ୍ଦ ସାହୁ
  • ୧୮ ତାରିଖ ହଠାତ୍ ସକାଳୁ ଖବର ଆସିଲା ଥାନାରୁ ଚମ୍ପଟ ମାରିଛନ୍ତି ଅଭିଯୁକ୍ତ ଗୋବିନ୍ଦ ସାହୁ
  • ସୋମବାର ଏହି ଖବରକୁ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ ଜୋରଦାର ଆକ୍ରମଣ କଲେ ବିରୋଧୀ
  • ଆଜି ସକାଳୁ ଖବର ଆସିଲା ସନସାଇନ୍ ସ୍କୁଲ ନିକଟ ଷ୍ଟାଡିୟମକୁ ସିଲ୍ କରି ମାଟି ଖୋଳୁଛି ପୋଲିସ
  • ଷ୍ଟାଡିୟମରୁ ଗଳିତ ମୃତଦେହ ଉଦ୍ଧାର କରାଯାଇଛି
  • ମାଟିତଳୁ ପାଉଁଜି ଓ କାଠଖଣ୍ଡ ଜବତ ହୋଇଛି, କୌଣସି ହାଡଖଣ୍ଡ ମିଳିନି
  • ମାଟି ତଳୁ ଉଦ୍ଧାର ହୋଇଥିବା ପାଉଁଜି ଓ ସୁନାଚେନ ମମିତାଙ୍କର, ଚିହ୍ନିଲେ ପରିବାର ଲୋକେ
  • ମୁଖ୍ୟ କାର୍ପଟଦାର ଗୋବିନ୍ଦ ସାହୁ ଗିରଫ ସୂଚନା