୨୦୨୦ ପାଇଁ ରାଜ୍ୟପାଳ ପୋଲିସ ମେଡାଲ ଘୋଷଣା । ୨୦ ଜଣ ପୋଲିସ କର୍ମଚାରୀ ପାଇବେ ପୁରସ୍କାର 

69

କନକ ବ୍ୟୁରୋ : ୨୦୨୦ ପାଇଁ ରାଜ୍ୟପାଳ ପୋଲିସ ମେଡାଲ ଘୋଷଣା ହୋଇଛି । ୭ଟି ବର୍ଗରେ ପୁରସ୍କାର ପାଇବେ ୨୦ ଜଣ ପୋଲିସ ଅଧିକାରୀ । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଡିଆଇଜି ଜୟନାରାୟଣ ପଙ୍କଜ ଓ ଅନିରୁଦ୍ଧ ସିଂ, ଏସପି ବ୍ରିଜେଶ କୁମାର ରାଏ, ମିତ୍ରଭାନୁ ମହାପାତ୍ର, ଏସପି ଅଶ୍ୱିନୀ କୁମାର ପଟ୍ଟନାୟକ, ଏସଡିପିଓ ଅଶ୍ୱିନୀ କୁମାର ସାହୁ, ଇନ୍ସପେକ୍ଟର ସନ୍ତୋଷ କୁମାର ସାହୁ, ସଦାନନ୍ଦ ପାଣି, ସୁବେଦାର ଦିଲ ବାହାଦୁର ଛେତ୍ରୀ, ତୀର୍ଥରାଜ ସାହୁ, ସବ ଇନ୍ସପେକ୍ଟର ଏମଡି ସବିର, ଏସଆଇ ବିନୋଦ ବିହାରୀ ସେଠୀ, ଏଏସଆଇ ଭରତ ଭୂଷଣ ପଟ୍ଟନାୟକ ପାଇବେ ରାଜ୍ୟପାଳ ପୋଲିସ ପଦକ ।

ସେହିପରି ହାବିଲଦାର ପବିତ୍ର ମୋହନ ନାୟକ, ଶିବଶଙ୍କର ନାୟକ, ସିପାହୀ ପିତବାସ ମିଶ୍ର, କନଷ୍ଟେବଲ ମନମଥନାଥ ବରଦା, ସୁନୀଲ ତ୍ରିପାଠୀ, ଡୁକା ଦେବୀ କୁମାର, ମଞ୍ଜୁଲତା ମିଶ୍ରଙ୍କୁ ରାଜ୍ୟପାଳ ପୋଲିସ ପଦକ ଦିଆଯିବ ବୋଲି ଘୋଷଣା ହୋଇଛି ।