କରୋନା ସଂକଟ ବେଳେ ଚାକିରୀ ହରାଇଥିବା କର୍ମଚାରୀ ରାଜ୍ୟ ବୀମା ନିଗମ ସହିତ ଯୋଡି ହୋଇତିବା ଲୋକଙ୍କ ପାଇଁ ବଡ ଖବର । ଏବିକେୱାଇ ଦ୍ୱାରା ବେରୋଜଗାରରୁ ମୁକ୍ତି ପାଇବାକୁ ଆପଣ ୫୦ ପ୍ରତିଶତ ଦରମା ଦାବି କରିପାରିବେ ।

680

କନକ ବ୍ୟୁରୋ : କେନ୍ଦ୍ରସରକାର ଅଟଳ ବୀମତ କଲ୍ୟାଣ ଯୋଜନା (ଏବିକେୱାଇ) ନାମରେ ଏକ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି । ସୂଚନା ମୁତାବକ ବର୍ତମାନ ପର୍ଯ୍ୟନ୍ତ ଏହାକୁ ନେଇ କମ୍ ପ୍ରତିକ୍ରୀୟା ରହିଛି । କିନ୍ତୁ ଏହାକୁ ଅଧିକ ମାତ୍ରାରେ ପ୍ରଚାର କରିବା ପାଇଁ ସରକାର ପୁଣି ଏକ ନୂତନ ପ୍ରଣାଳୀ ଆରମ୍ଭ କରିବାକୁ ଯାଉଛନ୍ତି । ଏହାକୁ ନେଇ ସରକାର ବିଜ୍ଞାପନ ଦେବାକୁ ଯାଉଛନ୍ତି । କାରଣ ସରକାର ଚାହୁଁଛନ୍ତି କି ଏହି ଯୋଜନାର ଲାଭ ଅଧିକରୁ ଅଧିକ ଲୋକ ପାଇ ପାରିବେ ।
ଏହି ଯୋଜନାର ଲାଭ କେବଳ ସେହି ମାନେ ପାଇପାରିବେ ଯେଉଁମାନେ ରାଜ୍ୟ ବୀମା ନିଗମ (ଇଏସଆଇସି) ସହିତ ଯୋଡି ହୋଇଥିଲେ । ଏବିକେୱାଇ ଯୋଜନା ମାଧ୍ୟମରେ ସେହି କର୍ମଚାରୀ ମାନେ ସେମାନଙ୍କର ଦରମାର ୫୦ ପ୍ରତିଶତ ଦାବି କରିପାରିବେ । ସେମାନେ ତାଙ୍କର ଚାକିରୀ ହରାଇବା ପରେ ଯଦି ପୁଣିଥରେ ପାଇସାରିଛନ୍ତି ତେବେ ସେମାନେ ଯେତିକି ଦିନ ବା ମାସ ଚାକିରୀରୁ ବାହାରେ ରହିଥିଲେ ସେହି ସମୟର ଅଧା ଦରମା ସେମାନେ ପାଇବାକୁ ହକ୍ଦାର ।
ଏକ ଜାତୀୟ ଦୈନିକ ଖବର କାଗଜ ସୂତ୍ର ମୁତାବକ ଇଏସଆଇସି ସହ ଯୋଡି ହୋଇଥିବା କର୍ମଚାରୀ ମାନେ ଡିସେମ୍ବର ମାସ ପର୍ଯ୍ୟନ୍ତ ଏହି ଯୋଜନାରୁ ଲାଭ ଉଠାଇ ପାରିବେ । ଅନ୍ୟପଟେ ଇଏସଆଇସି ଅଟଳ ବୀମିତ କଲ୍ୟାଣ ଯୋଜନାକୁ ୧ ଜୁଲାଇ ୨୦୨୦ ରୁ ଜୁନ ୨୦୨୧ ଅର୍ଥାତ ଏକ ବର୍ଷ ବୃଦ୍ଧି କରିବାକୁ ନିସ୍ପତ୍ତି ନେଇଥିବା ଜଣାପଡିଛି ।
ନୂଆ ସାମାଜିକ ସୁରକ୍ଷା ଆଇନ ମୁତାବକ ସରକାର ଏହା ବି ନିସ୍ପତ୍ତି କରିଛନ୍ତି କି ଇଏସଆଇର ସେବା ପରିସର ଦେଶର ସମସ୍ତ ୭୪୦ ଜିଲ୍ଲାକୁ ବ୍ୟାପ୍ତ କରାଯିବ । ଶ୍ରମ ମନ୍ତ୍ରଣାଳୟର ଅଧିକାରୀ ମାନେ କହିଛନ୍ତି କି ଏହା ଆୟୁସ୍ମାନ ଭାରତ ଯୋଜନା ଅଧିନରେ ପଞ୍ଜିକୃତ ଏବଂ ତୃତୀୟପକ୍ଷ ସେବା ପ୍ରଦାନକାରୀଙ୍କ ସହ ଅନୁବନ୍ଧିତ ହୋଇଛି ।
ଯଦି ଆପଣ ଏହି ଯୋଜନାରୁ ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଇଏସଆଇଏସ ର ଅଟଳ ବୀମିତ ବ୍ୟକ୍ତି କଲ୍ୟାଣ ଯୋଜନା ପାଇଁ ପଞ୍ଜିକରଣ କରିବାକୁ ହେବ । ଆପଣ କର୍ମଚାରୀ ରାଜ୍ୟ ବୀମା ନଗମ ୱେବ୍ ସାଇଟକୁ ଯାଇ ଅଟଳ ବୀମତ ବ୍ୟକ୍ତି କଲ୍ୟାଣ ଯୋଜନାର ଫର୍ମ ଡାଉନଲୋଡ କରନ୍ତୁ । ଏହି ଆବେଦନ ଫର୍ମକୁ ପୁରଣ କରି ପୁଣି ଅପଲୋଡ କରି ଦିଅନ୍ତୂୁ । ଏହା ଦ୍ୱାରା କୌଣସି କାରଣରୁ ଯଦି ଆପଣଙ୍କ ଚାକିରୀ ହଠାତ୍ ଚାଲିଯାଏ ତେବେ ଚାକିରୀ ଚାଲିଯିବା ପରେ ବି ଆପଣଙ୍କୁ ୨ ବର୍ଷ ଯାଏ ପ୍ରତିମାସ କିଛି କିଛି ଦରମା ମିଳିବ । ଯଦି ଆପଣ ସଂଗଠିତ କ୍ଷେତ୍ରରେ ଚାକିରୀ କରୁଛନ୍ତି ଓ ଆପଣଙ୍କ କମ୍ପାନୀ ଆପଣଙ୍କ ପାଇଁ ପିଏଫ୍ କିମ୍ବା ଇଏସଆଇ ପ୍ରତିମାସ କାଟୁଛନ୍ତି ତେବେ ଆପଣ ଏହି ଲାଭ ପାଇବାକୁୂ ଯୋଗ୍ୟ । ଯଦି କିଛି ଖରାପ ବ୍ୟବହାର, ବ୍ୟକ୍ତିଗତ କାରଣ କିମ୍ବା ଆଇନତ ଅପରାଧ ଯୋଗୁଁ ଆଇନଗତ ପ୍ରକ୍ରିୟାରେ ଛନ୍ଦି ହୋଇ ଆପଣ ବେରୋଜଗାର ସ୍ଥିତିରେ ରହିଛନ୍ତି ତେବେ ଆପଣଙ୍କୁ ଏହି ଯୋଜନାରୁ ଲାଭ ମିଳିପାରିବ ନାହିଁ ।
ଚାକିରୀ ଯିବାର ୩୦ ଦିନ ପରେ ଆପଣ ଏହି ଯୋଜନାରୁ ଲାଭ ପାଇବାକୁ ଆବେଦନ କରିପାରିବେ । ପ୍ରଥମେ ଏହାର ସମୟ ସୀମା ୯୦ ଦିନ ରହିଥିଲା । ଆପଣ ଏହି ଯୋଜନାରେ ଭାଗିଦାରୀ ହେବା ପାଇଁ ନିଶ୍ଚିତ ଭାବେ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ । ଆପଣଙ୍କ ଆବେଦନକୁ ମଞ୍ଜୁରୀ ମଳିବାର ୧୫ ଦିନ ପରେ ଆପଣଙ୍କ ଖାତାକୁ ଟଙ୍କା ଆସିଯିବ ।