ପେଗାସସ୍ ମାମଲାରେ ସୁପ୍ରିମକୋର୍ଟରେ ପକ୍ଷ ରଖିଲେ କେନ୍ଦ୍ର ସରକାର । ଗୁଇନ୍ଦାଗିରି ଅଭିଯୋଗକୁ ଖଣ୍ଡନ କଲେ ମୋଦି ସରକାର

113

କନକ ବ୍ୟୁରୋ: ପେଗାସସ୍ ମାମଲାରେ ତଦନ୍ତ କରିବ ସ୍ୱତନ୍ତ୍ର କମିଟି । ଏନେଇ ସୁପ୍ରିମକୋର୍ଟରେ ସ୍ପଷ୍ଟ ରଖିଛନ୍ତି କେନ୍ଦ୍ର । ସରକାର ସ୍ୱତନ୍ତ୍ର କମିଟି ଗଠନ କରିବା ପାଇଁ ଘୋଷଣା କରିଛନ୍ତି । ଏଥିସହ ସମସ୍ତ ଅଭିଯୋଗ ଭିତିହୀନ ଏବଂ ଏଥିରେ ଗୁଇନ୍ଦାଗିରି ସହ କୌଣସି ସମ୍ପର୍କ ନଥିବା କେନ୍ଦ୍ର କହିଛନ୍ତି । ସୋମବାର ପେଗାସସ୍ ଉପରେ ଶୁଣାଣୀ କରିଛନ୍ତି ସୁପ୍ରିମକୋର୍ଟ ।

କୋର୍ଟରେ କେନ୍ଦ୍ର ସରକାର ପେଗାସସ୍ ନିଜ ପକ୍ଷ ରଖିଛନ୍ତି । କେନ୍ଦ୍ର ସରକାର ନିଜ ଉପରେ ଲାଗିଥିବା ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସରକାର କହିଛନ୍ତି କୌଣସି ଗୁଇନ୍ଦାଗିରି ହୋଇ ନାହିଁ । କେବଳ ଆନୁମାନିକ ଓ ମିଡିଆ ରିପୋର୍ଟକୁ ଭିତିକରି ଏହି ଅଭିଯୋଗ କରାଯାଇଥିବା କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି । ପେଗାସସ୍ ଗୁଇନ୍ଦାଗିରି ନେଇ କେନ୍ଦ୍ର ସରକାର ବିରୋଧରେ ଅନେକ ମାମଲା ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା ।