ସନ୍ଧ୍ୟା ସୁଦ୍ଧା ପୁରୀରେ କାର୍ଯ୍ୟକ୍ଷମ ହେବ ସମସ୍ତ ବ୍ୟାଙ୍କ : ପ୍ରଶାସନର ଫୋକସରେ ବ୍ୟାଙ୍କ, ଟେଲିକମ ଓ ବିଦ୍ୟୁତ ଯୋଗାଣ

108

କନକ ବ୍ୟୁରୋ : ଫୋକସରେ ବ୍ୟାଙ୍କ, ଟେଲିକମ ଓ ବିଦ୍ୟୁତ ଯୋଗାଣ । କେନ୍ଦ୍ର ସରକାରଙ୍କ ଟେଲିକମ, ପାୱାର ଓ ବ୍ୟାଙ୍କି ମିନିଷ୍ଟ୍ରିର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟ ଅଧିକାରୀ । ଆଜି ସନ୍ଧ୍ୟା ସୁଦ୍ଧା ପୁରୀରେ ସମସ୍ତ ବ୍ୟାଙ୍କ କାର୍ଯ୍ୟକ୍ଷମ ହେବ । ପୂର୍ବରୁ ଅଧା କାମ ଶେଷ ହୋଇ ବ୍ୟାଙ୍କଗୁଡ଼ିକ କାର୍ଯ୍ୟକ୍ଷମ ହେଉଥିଲା । ଆଜି ସନ୍ଧ୍ୟା ସୁଦ୍ଧା ଡେଡ଼୍ ଲାଇନ୍ ଦିଆଯାଇଛି । ଅନ୍ୟପଟେ ଇଂଟରନେଟ୍ କନେକ୍ସନ ନଥିବା ବ୍ୟାଙ୍କଗୁଡ଼ିକରେ ଅଫଲାଇନରେ କାମ ହେବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।

ଳୟଙ୍କରୀ ବାତ୍ୟା ଫୋନି ଯୋଗୁଁ ଟେଲିକମ ସେକ୍ଟରରେ ଅତ୍ୟଧିକ ନଷ୍ଟ ହୋଇଥିଲା । ଏହାର ମୁକାବିଲା ପାଇଁ ଟେଲିକମ କମ୍ପାନୀ ମାନେ ଯୁଦ୍ଧକାଳୀନ ଭିତ୍ତିରେ କାମ କରୁଛନ୍ତି । ପ୍ରାୟ ସମସ୍ତ ଅଂଚଳରେ ନେଟୱର୍କ ଛିଡା ହୋଇସାରିଛି । ଆଉ ଅଳ୍ପ କିଛି ଅଂଚଳ ବାକି ଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି । ପୁରୀରେ ଟେଲିକମ କ୍ଷେତ୍ରରେ ୮୦ ପ୍ରତିଶତ କାମ ହୋଇସାରିଛି । ଖୁବ ଶୀଘ୍ର କାମ ସଂପୂର୍ଣ୍ଣ ହେବ ବୋଲି କହିଛନ୍ତି କେନ୍ଦ୍ର ଶକ୍ତି ସଚିବ ।

ସୂଚନାଯୋଗ୍ୟ ସାମୁଦ୍ରିକ ବାତ୍ୟା ଫୋନିରେ ପୁରୀ ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା । ପୁରୀରେ ସମୁଦ୍ର ପାଣି ରାସ୍ତା ଉପରକୁ ମାଡ଼ି ଆସିବା ସହ ବିଭିନ୍ନ ବସ୍ତିକୁ ଭାଙ୍ଗିଦେଇଥିଲା ଫୋନି । ମୋବାଇଲ ସେବା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା । ଫୋନି ପ୍ରଭାବିତ ଅଂଚଳରେ ଅଧିକାଂଶ ଚାଳ ଘର ଛପର ଉଡିଯାଇଥିଲା । ହଜାର ହଜାର ନଡିଆ ଗଛ ଭାଙ୍ଗିଯାଇଥିଲା । ବିଭିନ୍ନ ସ୍ଥାନରେ ବଡ ବଡ ଗଛ ଉପୁଡି ପଡିବା ଫଳରେ ଯୋଗାଯୋଗ ବିଛିନ୍ନ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଥିଲା ।