ଖୋଲିଲା ଇମ୍ରାନ ସରକାରର ଅସଲ ଚେହେରା: ସରକାରୀ କର୍ମଚାରୀଙ୍କୁ ସମୟରେ ଦିଆଯାଉନି ବେତନ

169

କନକ ବ୍ୟୁରୋ: ପାକିସ୍ତାନରେ ଘୋର ଅର୍ଥନୈତିକ ସଂକଟ । ଦେବାଳିଆ ହୋଇପଡିଛି ଇମ୍ରାନ ଖାନ୍ ସରକାର । ସୋସିଆଲ ମିଡିଆରେ ପାକ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରି ସରବିଆ ସ୍ଥିତ ପାକ୍ ଦୂତାବାସର ଅଫିସିଆଲ ଟ୍ୱିଟରରେ କିଛି ଏଭଳି ଟ୍ୱିଟ୍ କରାଯାଇଛି । “ଏଇଟା କଣ ନୁଆ ପାକିସ୍ତାନ”, ବୋଲି ଏକ ଭିଡିଓ ଜାରି କରି ପାକିସ୍ତାନ ଦୂତାବାସ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କୁ ପ୍ରଶ୍ନ କରିଛନ୍ତି ।

ଟୁଇଟରେ ଲେଖାଯାଇଛି, ମଂହଙ୍ଗା ମାଡର ପୂର୍ବ ସବୁ ରେକର୍ଡ କାଟି ସାରିଲାଣି ପାକିସ୍ତାନ୍ । କେବେ ଯାଏଁ ପାକର ସରକାରୀ ଅଧିକାରୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ନିକଟରେ ଚୁପ ରହିଥିବେ । ୩ ମାସ ହେବ ବିନା ବେତନରେ ଚୁପ ଚାପ କାମ କରୁଛନ୍ତି । ପିଲାଙ୍କ ସ୍କୁଲ ଫି ଦିଆ ନଯାଇ ପାରିବାରୁ ସେମାନଙ୍କୁ ସ୍କୁଲରେ ଆଉ ପ୍ରବେଶ କରିବାକୁ ଦିଆଯାଉନାହିଁ ।

ଟ୍ୱିଟ୍ ପରେ, କମେଂଟ୍ରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉଦ୍ଦେଶ୍ୟରେ ଲେଖାଯାଇଛି କି ମତେ କ୍ଷମା କରିଦେବ, ମୋ ପାଖରେ କୌଣସି ଉପାୟ ନଥିଲା । ତେବେ ଏ ଟୁଇଟ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହୋଇଛି । ହେଲେ ଏହାର କିଛି ଘଂଟା ପରେ ପାକିସ୍ତାନ ଦୂତାବାସ ପକ୍ଷରୁ ପୁଣିଥରେ ଟ୍ୱିଟ୍ କରାଯାଇ ଆକାଉଁଟ୍ ହ୍ୟାକ୍ ହୋଇଥିବା ବୋଲି କୁହାଯାଇଛି ।