କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ସରକାରଙ୍କ ବଡ ଘୋଷଣା : ମୃତ୍ୟୁ ପାଇଁ ୪ ଲକ୍ଷ, ଦୁର୍ଘଟଣା ପାଇଁ ୨ ଲକ୍ଷ ଟଙ୍କାର ସହାୟତା

44

କନକ ବ୍ୟୁରୋ : ସାମ୍ବାଦିକଙ୍କ ପାଇଁ ସରକାର ଆଜି ବଡ ଘୋଷଣା କରିଛନ୍ତି । ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମ୍ବାଦିକଙ୍କୁ ଏହି ସୁବିଧା ମିଳିବ । କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁହେଲେ ପରିବାରଲୋକଙ୍କୁ ମିଳିବ ୪ ଲକ୍ଷ ଟଙ୍କାର ସହାୟତା । ଗୁରୁତର ଅସୁସ୍ଥ ବୀମାଭୁକ୍ତ ସାମ୍ବାଦିକଙ୍କ ଚିକିତ୍ସା ଖର୍ଚ୍ଚ ୨ ଲକ୍ଷରୁ ଅଧିକ ହେଲେ ଡିଏମଇଟିଙ୍କ ସ୍ୱୀକୃତି ଆଧାରରେ ସହାୟତା ରାଶିକୁ ବଢାଯାଇପାରିବ ।

୨୫ ଲକ୍ଷ ଯାଏଁ ଗୃହ ଋଣ, ୪ ଲକ୍ଷ ଯାଏଁ କାର ଋଣ ଓ ୫୦ ହଜାର ଟଙ୍କା ଯାଏଁ ବାଇକ ଲୋନ ଉପରେ ୩ ପ୍ରତିଶତ ସୁଧ ଦେବେ ସରକାର । କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ସେମାନଙ୍କ ପିଲାଙ୍କୁ ପ୍ରତିମାସରେ ୧୦ମ ଶ୍ରେଣୀ ଯାଏଁ ୧୫ ଶହଟଙ୍କା ଓ ଉଚ୍ଚଶିକ୍ଷା ପାଇଁ ୨୫ ଶହ ଟଙ୍କା ସହାୟତା ମିଳିବ । ପୂର୍ବରୁ ୩ ହଜାର ୨ ଶହ ୩୩ ଜଣ ସାମ୍ବାଦିକ ଏଥିପାଇଁ ସ୍ୱୀକୃତି ପାଇଛନ୍ତି । ଜୁନ ପହିଲାରୁ ଏହା ଲାଗୁ ହେବ ।