ମେଡିକାଲ ଷ୍ଟୋରରେ ଆଉ ମିଳିବ ନାହିଁ କାଶ ଓ ଜ୍ୱର ମେଡିସିନ, ସରକାର ଲଗାଇଲେ ପ୍ରତିବନ୍ଧକ

25,982

କନକ ବ୍ୟୁରୋ : ସରକାରଙ୍କ ତରଫରୁ ଏବେ ୧୪ଟି ସାଧାରଣ ଔଷଧ ଉପରେ ପ୍ରତିବନ୍ଧକ ଲଗାଯାଇଛି । ବିଶେଷ କରି ନିମେସୁଲାଇଡ, ପାରାସିଟାମୋଲ ଏବଂ କ୍ଲୋଫେନିରାମାଇନ୍ ମାଲେଟ ଏବଂ କୋଡିନ ସିରପ ସମେତ ୧୪ଟି ଏଫଡିସି ଔଷଧ ଉପରେ ସରକାର ପ୍ରତିବନ୍ଧକ ଲଗାଇଛନ୍ତି । ସରକାରଙ୍କ ଯୁକ୍ତି ହେଉଛି କି, ଏଭଳି ଔଷଧର କୌଣସି ଡାକ୍ତରୀ ଯଥାର୍ଥତା ନାହିଁ ଏବଂ ଏହା ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ବିପଦପୂର୍ଣ୍ଣ ହୋଇପାରେ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ତରଫରୁ ଶୁକ୍ରବାର ଦିନ ଏକ ବିଜ୍ଞପ୍ତି ଜାରି କରି ଏହି ଫିକ୍ସଡ ଡୋଜ କମ୍ବିନେସନ (ଏଫଡିସି) ଔଷଧ ଉପରେ ପ୍ରତିବନ୍ଧକ ଲଗାଯାଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ କୁହାଯାଇଛି କି, ଏହି ଫିକ୍ସଡ ଡୋଜ ମିଶ୍ରଣର କୌଣସି ଡାକ୍ତରୀ ଯଥାର୍ଥତା ନାହିଁ ଏବଂ ଏହା ମଣିଷର ସ୍ୱାସ୍ଥ୍ୟ ପାଇଁ ବିପଦ ଆଣିପାରେ । ତେଣୁ ବ୍ୟାପକ ଜନସ୍ୱାର୍ଥ ଦୃଷ୍ଟିରୁ ଡ୍ରଗ୍ସ ଆଣ୍ଡ କସମେଟିକ୍ସ ଅଧିନିୟମ ୧୯୪୦ ର ଧାରା ୨୬ (କ) ମୁତାବକ ଏହି ଉତ୍ପାଦନ ବିକ୍ରୟ କିମ୍ବା ବିତରଣ ଉପରେ ପ୍ରତିବନ୍ଧକ ଲଗାଇବା ଜରୁରୀ ।

ସରକାରଙ୍କ ଦ୍ୱାରା ପ୍ରତିବନ୍ଧିତ ଔଷଧ ମଧ୍ୟରେ ସାଧାରଣ ସଂକ୍ରମଣ, କାଶ ଏବଂ ଜ୍ୱରର ଚିକିତ୍ସା ପାଇଁ ବ୍ୟବହାର ମିଶ୍ରିତ ଔଷଧ ଅନ୍ତର୍ଭୁକ୍ତ । ଏଥିରେ ନିମେସୁଲାଇଡ, ଏବଂ ପାରାସିଟାମୋଲ ବଟିକା, କ୍ଲୋଫେନିରାମାଇନ ମାଲେଟ ଯୁକ୍ତ କୋଡିନ ସିରପ, ଫୋଲକୋଡାଇନ ଯୁକ୍ତ ପ୍ରୋମେଥାଜିନ, ଆମୋକ୍ସିଲିନ ଯୁକ୍ତ ବ୍ରୋମେହକ୍ସିନ ଯୁକ୍ତ ଡେକ୍ସୋମେଥୋର୍ଫାନ ଯୁକ୍ତ ଆମୋନିୟମ କ୍ଲୋରାଇଡ ଯୁକ୍ତ ମେନ୍ଥୋଲ, ପାରାସିଟାମୋଲ ଯୁକ୍ତ ବ୍ରୋମେହକ୍ସିନ ଯୁକ୍ତ ଫିନାଲେଫ୍ରିନ ଯୁକ୍ତ ଫିନାଇଲେଫ୍ରିନ ଯୁକ୍ତ କ୍ଲୋରଫିନିମିନ୍ ଅନ୍ତର୍ଭୂକ୍ତ ।