ଚିରା କାଗଜକୁ ଚିହ୍ନିଲା ଗୋପାଳ: ଛାନଭିନ୍ ବେଳେ ସରକାରୀ କ୍ୱାର୍ଟରୁ ମିଳିଲା ଡାଏରୀ

794

କନକ ବ୍ୟୁରୋ: ଚିରା କାଗଜକୁ ଚିହ୍ନିଲା ମନ୍ତ୍ରୀଙ୍କ ହତ୍ୟା ଘଟଣାର ଅଭିଯୁକ୍ତ ଗୋପାଳ । ଝାରସୁଗୁଡ଼ା ଏୟାରପୋର୍ଟ ଥାନା ଟଏଲେଟରୁ ମିଳିଥିବା ୨୨ ଟୁକୁଡ଼ା ଚିରା କାଗଜକୁ ଚିିହ୍ନିଛି ଗୋପାଳ କୃଷ୍ଣ ଦାସ । କାଗଜରେ ଲେଖାଥିବା ଅକ୍ଷର ତାର ବୋଲି ଚିହ୍ନଟ କରିଥିବା କ୍ରାଇମବ୍ରାଂଚ ପକ୍ଷୀରୁ ସୂଚନା ଦିଆଯାଇଛି । ତେବେ ଅଧିକ ଯାଂଚ ପାଇଁ ହେଣ୍ଡରାଇଟିଂ ବ୍ୟୁରୋକୁ ପଠାଯିବ ବୋଲି ସୂଚନା ଦିଆଯାଇଛି । ସେହିପରି ଗାନ୍ଧୀଛକରେ ଥିବା ସରକାରୀ ବାସଭବନରୁ କିଛି ହାତଲେଖା କାଗଜ ଏବଂ ଡାଏରୀ ମିିଳିଥିବା କ୍ରାଇମବ୍ରାଂଚ ପକ୍ଷରୁ ସୂଚନା ଦିଆଯାଇଛି । ସରକାରୀ କ୍ୱାର୍ଟରୁ ମିିଳିଥିବା କାଗଜ ଓ ଡାଏରୀର ସ୍କ୍ରୁଟିନି କରାଯିବ ।