କନକ ବ୍ୟୁରୋ : ସାରା ବିଶ୍ୱକୁ ଘାରିଛି ଆର୍ଥିକ ମାନ୍ଦାବସ୍ତା । ସବୁଦେଶର ଆର୍ଥିକ ସ୍ଥିତି ଏବେ ତଳମୁହାଁ । ଏହାର ପ୍ରଭାବ ଏବେ ଆଇଟି କମ୍ପାନୀମାନଙ୍କ ଉପରେ ପଡିଛି । ଏକ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଗୁଗଲର ମୂଳ କମ୍ପାନୀ ଆଲଫାବେଟ ଏବେ ୧୨ ହଜାର କର୍ମଚାରୀ ଛଟେଇ କରିବାକୁ ଯାଉଛି । ଏନେଇ ଆଲଫାବେଟର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ରୟଟର୍ସକୁ ସୂଚନା ଦେଇଛନ୍ତି । ଏହି ଛଟେଇ ଖବର ଆସିବା ପରେ ଆଇଟି କମ୍ପାନୀ କର୍ମଚାରୀଙ୍କ ମଧ୍ୟରେ ନିରାଶାଭାବ ଦେଖାଦେଇଛି । କାରଣ ଏହା ପୂର୍ବରୁ ଆଲଫାବେଟର ପ୍ରତିଦ୍ୱନ୍ଦୀ କମ୍ପାନୀ ମାଇକ୍ରୋସଫ୍ଟ ବି ୧୦ ହଜାର କର୍ମଚାରୀ ଛଟେଇ କରିଥିଲା ।

Advertisment

ଏଭଳି ଭାବେ ଚାକିରିରୁ ଛଟେଇ କରିବା ପରେ କମ୍ପାନୀର ସମସ୍ତ ଟିମ୍ ପ୍ରଭାବିତ ହେବ ବୋଲି କୁହାଯାଇଛି । ଏଥିରେ ନିୟୋଜନ ଓ କର୍ପୋରେଟ କାର୍ଯ୍ୟ ସହିତ ଇଂଚିନିୟରିଂ ଉତ୍ପାଦ ଉପରେ ବି ପ୍ରଭାବ ପଡିପାରେ ବୋଲି ଅକାଳନ କରାଯାଇଛି ।

ଗୁଗଲ ତରଫରୁ କୁହାଯାଇଛି କି, ଏହି ଛଟେଇ ସାରା ବିଶ୍ୱସ୍ତରରେ କରାଯାଉଛି । ହେଲେ ଏହାର ତୁରନ୍ତ ପ୍ରଭାବ ଆମେରିକାର କର୍ମଚାରୀଙ୍କ ଉପରେ ପଡିବ । ଯେତେବେଳେ ଗୁଗଲ ଏବଂ ମାଇକ୍ରୋସଫ୍ଟ ଭଳି ସଫ୍ଟୱେୟାର କମ୍ପାନୀମାନେ ନୂତନ କ୍ଷେତ୍ରରେ ବିନିଯୋଗ କରୁଛନ୍ତି ସେତେବେଳେ ଅର୍ଥନୈତିକ ଅନିଶ୍ଚିତତା ଏବଂ ବୈଷୟିକ ପ୍ରତିଶ୍ରୁତି ସମୟରେ ଏଭଳି ଖବର ଆସିଛି । ଏହା ଜେନେରେଟିଭ୍ ଆର୍ଟିଫିର୍ସିଆଲ ଇଣ୍ଟେଲିଜେନ୍ସ ଭାବରେ ଜଣାଶୁଣା ।

ଆଲଫାବେଟର ସିଇଓ ସୁନ୍ଦର ପିଚାଇ ଏକ ବାର୍ତ୍ତାରେ କହିଛନ୍ତି କି “ଆମର ମିଶନର ଶକ୍ତି, ଆମର ଉତ୍ପାଦ ଓ ଆମର ଏଆଇେରେ ପ୍ରାରମ୍ଭିକ ବିନିଯୋଗ ଯୋଗୁଁ ଆଗକୁ ଥିବା ବିପୁଳ ସୁଯୋଗ ବିଷୟରେ ମୁଁ ନିଶ୍ଚିତ”