କନକ ବ୍ୟୁରୋ : ଗୁଗୁଲକୁ ସର୍ଚ୍ଚ ଇଞ୍ଜିନ୍ ବୋଲି କୁହାଯାଇଥାଏ । ବର୍ତ୍ତମାନ ସମୟରେ ଗୁଗୁଲ ସମସ୍ତଙ୍କ ଲୋକପ୍ରିୟ ହୋଇପାରିଛି । ଘରେ ବସି ଗୁଗୁଲ ସାହାର୍ଯ୍ୟ ସାରା ଦୁନିଆ ବାବଦରେ ଅନେକ କଥା ସର୍ଚ୍ଚ କରି ଜାଣିପାରୁଛେ । ଗୁଗୁଲରେ ଆପଣ ଖାଲି ପ୍ରଶ୍ନ ଟାଇପ୍ କରି ସର୍ଚ୍ଚ ମାରିବା ମାତ୍ରେ ଆଖି ପିଛୁଳାକେ ଉତ୍ତର ସାମ୍ନାକୁ ଚାଲିଆସୁଛି । କିନ୍ତୁ ଏପରି କିଛି ବିଷୟ ରହିଛି, ଯାହାକୁ ଆପଣ ଗୁଗୁଲରେ ସର୍ଚ୍ଚ କରିଲେ ଆପଣଙ୍କୁ ଜେଲ୍ ଯିବାକୁ ପଡିପାରେ । ଆସନ୍ତୁ ଆପଣଙ୍କୁ ଏହି ସବୁ ବିଷୟ ବାବଦରେ ଅବଗତ କରାଇବୁ, ଯେଉଁ ବିଷୟରେ ଆପଣ କେବେ ବି ଗୁଗୁଲରେ ସର୍ଚ୍ଚ କରିବା କଥା ଭାବିବେ ବି ନାହିଁ ।

Advertisment

ଭିଡିଓ ନକଲିକରଣ :
କିପରି ଭିଡିଓକୁ ନକଲି କରାଯାଏ ଏହା ଆପଣ ଗୁଗୁଲରେ ସର୍ଚ୍ଚ କରୁଛନ୍ତି ତେବେ ସାବାଧାନ୍ ହୋଇଯାଆନ୍ତୁ । କାହିଁକି ନା ଏହାକୁ ନେଇ ଭାରତରେ ଶକ୍ତ ନିୟମ ବନାଇଯାଇଛି । ତେଣୁ ଆପଣ ଯଦି ଭିଡିଓ ପାଏରେସି ବିଷୟରେ ଜାଣିବା ପାଇଁ ଗୁଗୁଲରେ ସର୍ଚ୍ଚ କରୁଛନ୍ତି ତେବେ ଆପଣଙ୍କୁ ଜେଲ୍ ଦଣ୍ଡ ହୋଇପାରେ ।

ଚାଇଲ୍ଡ କ୍ରାଇମ୍ :
ଯଦି ମନୋରଞ୍ଜନ ପାଇଁ ଚାଇଲ୍ଡ କ୍ରାଇମ୍ ବା ପିଲାଙ୍କ ସହ ଜଡିତ କୌଣସି ଅପରାଧ ବାବଦରେ ଜାଣିବା ପାଇଁ ଗୁଗୁଲରେ ସର୍ଚ୍ଚ କରନ୍ତି ତେବେ ଏହା ମଧ୍ୟ ଏକ ଅପରାଧ ବୋଲି ଧରାଯିବ । ଏବଂ ଭାରତ ସରକାର ଏନେଇ ସର୍ଚ୍ଚ କରିଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି ।

ମହିଳା ଅପରାଧ :
ମହିଳାଙ୍କ ସହ ଘଟୁଥିବା ଅପରାଧକୁ ନେଇ ମଧ୍ୟ ଗୁଗୁଲରେ ଅନେକ ସାରା କଣ୍ଟେଣ୍ଟ୍ ରହିଛି । ଯଦି ଆପଣ ସେହି କଣ୍ଟେଣ୍ଟକୁ ନିଜର ମନୋରଞ୍ଜନ ପାଇଁ ବା ଅନ୍ୟ ଉଦେଶ୍ୟରେ ସର୍ଚ୍ଚ କରନ୍ତି ତେବେ ଏହାକୁ ଏକ ଅପରାଧ ବୋଲି ଧରାଯିବ ଏବଂ ଆପଣଙ୍କୁ ଏନେଇ ଜେଲ୍ ଯିବାକୁ ମଧ୍ୟ ପଡିପାରେ ।

ହତିଆର୍ ବାରଦରେ ତଥ୍ୟ :
ଯଦି ଆପଣ ନୂଆ ନୂଆ ହତିଆର ବାବଦରେ ଜାଣିବା ପାଇଁ ଗୁଗୁଲରେ ସର୍ଚ୍ଚ କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । ଥରେ କିମ୍ବା ଦୁଇଥର ସର୍ଚ୍ଚ କରିବା ଦ୍ୱାରା ବୋଧ ହୁଏ ଆପଣଙ୍କୁ ଜେଲ୍ ଯିବାକୁ ପଡିନପାରେ କିନ୍ତୁ ଯଦି ଆପଣ ବାରମ୍ବାର ନୂଆ ନୂଆ ହତିଆର ବାବଦରେ ଜାଣିବା ପାଇଁ ଗୁଗୁଲରେ ସର୍ଚ୍ଚ କରୁଛନ୍ତି ତେବେ ପୋଲିସ ଆପଣଙ୍କୁ ଗିରଫ କରିପାରେ ଏବଂ ଆପଣଙ୍କୁ ଜେଲ୍ ଦଣ୍ଡ ହୋଇପାରେ ।