ଓଡିଶା ପାଇଁ ଖୁସି ଖବର । ସୁନ୍ଦରଗଡର ଆଉ ଜଣେ ଆକ୍ରାନ୍ତ ସୁସ୍ଥ । ରାଜ୍ୟରେ ମୋଟ ୫ଟି ଜିଲ୍ଲା ହେଲା କରୋନା ମୁକ୍ତ । ୩୪ରେ ପହଞ୍ଚିଲା ମୋଟ ସୁସ୍ଥଙ୍କ ସଂଖ୍ୟା

3,063

କନକ ବ୍ୟୁରୋ: ଓଡିଶା ପାଇଁ ଖୁସି ଖବର । ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ । ସୁସ୍ଥ ହୋଇଥିବା ଆକ୍ରାନ୍ତ ସୁନ୍ଦରଗଡ ଜିଲ୍ଲାର । ତେବେ ସୁନ୍ଦରଗଡର ମୋଟ ୩ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ପୂର୍ବରୁ ସୁସ୍ଥ ହୋଇଛନ୍ତି । ଆଜି ଆଉ ଜଣେ ସୁସ୍ଥ ହେବା ପରେ କରୋନା ମୁକ୍ତ ହେଲା ସୁନ୍ଦରଗଡ ଜିଲ୍ଲା । ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୩୪କୁ ବୃଦ୍ଧି ।

ଖୁସିର କଥା ହେଉଛି କି ବର୍ତ୍ତମାନ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୩୪ରେ ପହଞ୍ଚିଲା । ତେବେ ରାଜ୍ୟର ମୋଟ ୧୦ ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ୫ ଜିଲ୍ଲା ପୂରା କରୋନା ମୁକ୍ତ ଅଛି । ପୁରୀ, କଟକ, ଢେଙ୍କାନାଳର ଜଣେ ଲେଖାଏଁ ଆକ୍ରାନ୍ତ ଥିବା ବେଳେ ସେମାନେ ପୂର୍ବରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେଣୁ ବର୍ତ୍ତମାନ ପୁରୀ, କଟକ, ଢେଙ୍କାନାଳ, କଳାହାଣ୍ଡି ଓ ସୁନ୍ଦରଗଡ କରୋନା କବଳରୁ ମୁକ୍ତ ହୋଇଛି ।

ତେବେ ବର୍ତ୍ତମାନ ରାଜ୍ୟରେ ୯୪ଟି ପଜିଟିଭ କେସ୍ ମଧ୍ୟରୁ ୩୪ ଜଣ ସୁସ୍ଥ ହୋଇଥିବା ବେଳେ ମୋଟ ସକ୍ରିୟ କେସ୍ ୫୯ଟି ରହିଛି ।

Comments are closed.