କନକ ବ୍ୟୁରୋ: ଆଦିବାସୀ ମେଳାରେ କଳା ଚାଉଳର ଚାହିଦା । ଲୋକଙ୍କୁ ଆକୃଷ୍ଟ କରୁଛି ଢିଙ୍କି କୁଟା ଚାଉଳ । ଆଜି କାଲି ଯୁଗରେ ବଜାରରେ ବିଭିନ୍ନ ପ୍ରକାର ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ବିକ୍ରି ହେଉଥିବାବେଳେ ଆଦିବାସୀ ମେଳାରେ ଶୁଦ୍ଧ ଓ ପାରମ୍ପରିକ ଖାଦ୍ୟସାମଗ୍ରୀ ପାଇଁ ଜମୁଛି ଲୋକଙ୍କ ଗହଳି । ବିଶେଷ କରି କଳା ଚାଉଳକୁ କିଣିବା ପାଇଁ ଲୋକଙ୍କ ଭିତରେ ବିଶେଷ ଆଗ୍ରହ ଦେଖିବାକୁ ମିଳୁଛି । କଳାବତୀ ଧାନରୁ ପ୍ରସ୍ତୁତ ହେଉଛି କଳା ଚାଉଳ । ଦେଖିବାକୁ ସାଧାରଣ ଚାଉଳ ପରି ଦେଖାନଗଲେ ବି ଅସାଧାରଣ କାମ କରୁଛି ଏହି ଚାଉଳ । ଏହି ଚାଉଳର ଭାତ ଖାଇଲେ ଡାଇବେଟିସ୍ ରୋଗୀଙ୍କ ସୁଗାର ସନ୍ତୁଳନ ଠିକ୍ ରହିଥାଏ । ଏହା ସହ ହାଇ ଫାଇଭର, ପ୍ରୋଟିନ୍ ମିଳିବା ସାଙ୍ଗକୁ ଏଥିରେ ଅଧିକ କାର୍ବୋ ହାଇଡ୍ରେଟ୍ ରହୁନଥିବାରୁ ବିଭିନ୍ନ ରୋଗରୁ ଏହା ଉପଶମ ଦିଏ ବୋଲି କହିଛନ୍ତି ବ୍ୟବସାୟୀ । ଏହି ଚାଉଳରେ ଦୀର୍ଘ ୪ ବର୍ଷ ହେବ ଭାତ ଖାଉଥିବା କହିଛନ୍ତି ଗ୍ରାହକ ।

Advertisment

ତେବେ ଡାଇବେଟିସ୍ ରୋକୁଛି କଳା ଚାଉଳ । ଏହି କଳା ଚାଉଳ ସ୍ୱାସ୍ଥ୍ୟପ୍ରତି ଏତେ ଉପକାରୀ ଯେ, ଆଜିକାଲି ଲୋକେ ଏହାକୁ କିଣିବା ପାଇଁ ଇଚ୍ଛା ଦେଖାଉଛନ୍ତି । ନିୟମିତ ବ୍ୟାୟାମ କରୁଥିବା ଲୋକେ ଏହି ଚାଉଳ ଖାଇବାକୁ ବେଶୀ ପସନ୍ଦ କରୁଛନ୍ତି । କାରଣ ଏହି ଚାଉଳରେ କାର୍ବୋ ହାଇଡ୍ରେଟ୍ ବା ଶ୍ୱେତସାର ମାତ୍ରା ଅଧିକ ନଥାଏ । ଏହାସହ ଏହି ଚାଉଳରେ ଥାଏ ହାଇ ଫାଇବର । ଆସନ୍ତୁ ଜାଣିବା ଏହି ଚାଉଳରେ କଣ ବିଶେଷତ୍ୱ ରହିଛି...

ଡାଏବେଟିସ୍ ପାଇଁ ଭଲ ‘କଳା ଚାଉଳ’

  • ଫାଇବର, ପ୍ରୋଟିନ୍ ଏବଂ ଆଇରନରେ ଭରପୁର କଳା ଚାଉଳ
  • ଡାଏବେଟିସ୍ ନିୟନ୍ତ୍ରଣ କରିଥାଏ
  • ଡାଇବେଟିସ୍ ରୋଗୀଙ୍କ ସୁଗାର ସନ୍ତୁଳନ ଠିକ୍ ରଖେ
  • ଉଚ୍ଚ ରକ୍ତଚାପକ, ମାନସିକ ଅସ୍ଥିରତା ଭଳି ରୋଗ ମଧ୍ୟ ନିୟନ୍ତ୍ରିତ ହୁଏ
  • ହୃଦଘାତ ଜନିତ ସମସ୍ୟା ପାଇଁ ଏହି ଚାଉଳ ବେଶ ଲାଭଦାୟକ
  • ହୃତପିଣ୍ଡକୁ ସୁରକ୍ଷିତ ରଖେ ଓ ଦୀର୍ଘାୟୁ କରେ
  • ଏହି ଚାଉଳରେ ରହିଛି କର୍କଟ ନିରୋଧୀ ଉପାଦାନ