ଶିକାର ଅଭିଯୋଗରେ ଅର୍ନ୍ତଜାତୀୟ ଗଲ୍ଫର ଗିରଫ ! ଜ୍ୟୋତି ରନ୍ଧାୱାଙ୍କୁ ଗିରଫ କଲା ପୁଲିସ, ବାରହା ଚମଡା, ରାଇଫଲ ଓ ଗାଡି ଜବତ ।

95

କନକ ବ୍ୟୁରୋ : ବେଆଇନ ଶିକାର କରିଥିବା ଅଭିଯୋଗରେ ଗଲ୍ଫ ଖେଳାଳି ଜ୍ୟୋତି ରନ୍ଧାୱାଙ୍କୁ ଗିରଫ କରିଛି ପୁଲିସ । ଉତ୍ତରପ୍ରଦେଶ ବହରାଇଚରେ ଏହି ଅବାଧ ଶିକାର ନେଇ ମାମଲା ହୋଇଛି । ଏହି ମାମଲାରେ ତାଙ୍କୁ ଗିରଫ କରାଯିବା ସହ ତାଙ୍କ ନିକଟରେ ଏ ଟ୍ୱେଂଟି ରାଇଫଲ ମଧ୍ୟ ଜବତ କରିଛି ପୁଲିସ । 

ନିକଟରେ ମହାରାଷ୍ଟ୍ର ୟବତମାଲ ଜଙ୍ଗଲରେ ମଣିଷଖିଆ ବାଘକୁ ଖୋଜିବାରେ ନିୟୋଜିତ ଟିମରେୀ ଜ୍ୟୋତି ରନ୍ଧାୱାଙ୍କୁ ସାମିଲ କରାଯାଇଥିଲା । ଏଥିପାଇଁ ତାଙ୍କୁ ବିଶେଷ ଭାବରେ ଦିଲ୍ଲୀରୁ ୟବତମାଲକୁ ଡକାଯାଇଥିଲା । ଏବେ ସେ ଖୋଦ୍ ଅବାଧ ଶିକାର ମାମଲାରେ ଫସିଯାଇଛନ୍ତି । ୧୯୯୪ରୁ ପ୍ରଫେସନାଲ ଭାବେ ଗଲ୍ଫ ଖେଳରେ ସାମିଲ ହୋଇଥିବା ଜ୍ୟୋତି ରନ୍ଧାୱା ଏସିଆନ ଟୁର ଠାରୁ ଆରମ୍ଭ କରି ୟୁରୋପିୟନ ଟୁର୍ ପର୍ଯ୍ୟନ୍ତ ସବୁଥିରେ ସାମିଲ ହୋଇ ସାରିଛନ୍ତି ।