ସୁନା ଚୋରିର ରହସ୍ୟ ! ବ୍ୟାଙ୍କ ଲକରରୁ ୩୦ ଭରି ସୁନା ଗହଣା ଗାଏବ, ହାତ ଟେକିଦେଲେ ବ୍ୟାଙ୍କ କର୍ତ୍ତୃପକ୍ଷ

25

କନକ ବ୍ୟୁରୋ : ବ୍ୟାଙ୍କ ଲକରରୁ ପ୍ରାୟ ୩୦ ଭରି ସୁନା ଗହଣା ଗାଏବ ।  ଖାଲି ସୁନା ଅଳଙ୍କାର ନୁହେଁ ପ୍ରାୟ ୫ କେଜି ରୂପା ବି ଉଭାନ ହୋଇଯାଇଛି । ଭୁବନେଶ୍ୱର ସିଜୁଆ ବ୍ରାଂଚ ଓରିଏଂଟାଲ ବ୍ୟାଂକ ଅଫ କମର୍ସ ଲକରରେ ଥିବା ଅଧ୍ୟାପିକା ନିବେଦିତା ରାଉତଙ୍କ ସୁନା ଅଳାଙ୍କାର ଗାଏବ ହୋଇଯାଇଛି ।

ଏହି ଘଟଣାକୁ ୮ ଦିନ ବିତିଛି । କିନ୍ତୁ ଏ ଯାଏ ଚୁପ ରହିଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ । ଲକରରୁ ସୁନା ଉଭାନ ହୋଇଗଲା, ହେଲେ ଏଥିପାଇଁ ବ୍ୟାଙ୍କ କତୃପକ୍ଷ ଦାୟୀ ନୁହଁନ୍ତି ବୋଲି ସିଧାସଳଖ କହିଛନ୍ତି । ଏପରିକି ଷ୍ଟ୍ରଙ୍ଗ ରୁମର ସିସିଟିଭି ଫୁଟେଜ ମଧ୍ୟ ପୁଲିସକୁ ହସ୍ତାନ୍ତାର କରୁନାହିଁ ବ୍ୟାଙ୍କ । ୨୦୧୨ ମସିହାର ଅଧ୍ୟାପିକା ନିବେଦିତା ରାଉତ ଏହି ବ୍ୟାଙ୍କରେ ଲକର ଖୋଲି ଥିଲେ । ଶେଷ ଥର ପାଇଁ ଗତ ମେ ୩୦ ତାରିଖରେ ନିବେଦିତା ଲକର ଚେକ କରିଥିଲେ । କିନ୍ତୁ ସେପଟେମ୍ବର ୭ ତାରିଖରେ ଲକର ଖୋଲିବା ପରେ ଲକର ଫାଙ୍କା ପଡିଛି ।

ଏପରିକି ଗହଣାର ଖୋଳ ବି ଲକର ନଥିଲା । ୧୦ ହଜାର ଟଙ୍କା ନେଇ ବ୍ୟାଙ୍କରେ ନିବେଦିତା ଲକର ଖୋଲିବା ବେଳେ ବାର୍ଷିକ ଏଥିପାଇଁ ଟଙ୍କା ମଧ୍ୟ ଦେଉଥିଲେ । ସେପଟେ ଗହଣା ଗାଏବ ପରେ ବ୍ୟାଙ୍କ ଅଜବ ଯୁକ୍ତି ବାଢିଛି, ଲକର ଭିତରୁ କୌଣସି ଜିନିଷ ଗାଏବ ହେଲେ ଏଥିପାଇଁ ସେମାନେ ଦାୟୀ ନୁହଁନ୍ତି ବୋଲି କହିଛନ୍ତି ।