ମିଠା ଉପରେ ୨୪ କାରେଟ ସୁନାର ଛାଉଣି ! ମୂଲ୍ୟ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ ।
ସାଧାରଣତଃ ପୂଜା ପର୍ବାଣି ଆସିଲେ ବେସ ଧୁମ ଧାମରେ ପିଠା ପଣା କରାଯାଇଥାଏ । ପିଠା ଘରେ ଖାଇବା ସହ ବନ୍ଧୁ ବାନ୍ଧବଙ୍କ ଘରକୁ ମଧ୍ୟ ପଠାଯାଇଥାଏ । କିନ୍ତୁ ଯେତେ ଭଲ ପିଠା ହୋଇଥାଉନା କାହିଁକି ପିଠା ସହିତ ମିଠା ସାମିଲ ନରହିଲେ ମଜା ଆସେ ନାହିଁ । ତେବେ ଆଗକୁ ଆସୁଥିବା ପୂଜା ପର୍ବଣି ପାଇଁ ମିଠା ଦୋକାନ ଗୁଡିକରେ ଏବେ ଠାରୁ ଲୋକଙ୍କ ମନପସନ୍ଦର ମିଠା ତିଆରି ହେବା ଆରମ୍ଭ ହୋଇଗଲାଣି । ଏଥି ସବୁ ମଧ୍ୟରେ ଗୁଜୁରାଟର ଏକ ଦୋକାନରେ ଏକ ବିଶେଷ ପ୍ରକାର ମିଠା ତିଆର କରାଯାଇଛି । ଯାହାର ଦାମ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
Kanak News is now on WhatsApp
Join and get latest news updates delivered to you via WhatsApp
ଗୁଜୁରାଟର ସୁରଟରେ ଅନେକ ମିଠା ଦୋକାନ ରହିଛି । କିନ୍ତୁ ଏତେ ସାରା ମିଠା ଦୋକାନ ମଧ୍ୟରୁ ଏପରି ଏକ ମିଠା ଦୋକାନ ଖୋଲାଯାଇଛି, ଯେଉଁ ଦୋକାନରେ ମିଠା ସୁନାରେ ତିଆରି ହେଉଛି । ଦୋକାନର ନାଁ ହେଉଛି “୨୪ କ୍ୟାରେଟ ମିଠାଇ ମ୍ୟାଜିକ” । ଏହି ଦୋକାନ ବାକି ଦୋକାନ ଠାରୁ ସମ୍ପୁର୍ଣ୍ଣ ଅଲଗା । କାରଣ ଏଠାରେ ସ୍ପେସାଲ ମିଠା ତିଆରି କରାଯାଉଛି । ଏହି ମିଠାରେ ୨୪ କ୍ୟାରେଟ ଶୁଦ୍ଧ ସୁନାର ଏକ ଆସ୍ତରଣ ଦିଆଯାଉଛି । ଏବଂ ଏହି ମିଠାର ଦାମ କିଲୋ ପିଛା ୯ ହାଜାର ଟଙ୍କାରେ ବିକ୍ରି କରାଯାଉଛି ।
ଦୋକାନର ଜଣେ ଗ୍ରାହକ ଦିବ୍ୟା ସାହାଙ୍କ କହିବା ଅନୁସାରେ, ସେ ଦୋକାନରେ ପସୁ ପସୁ ଏହି ସୁନାର ମିଠାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଦୋକାନରେ ଲୋକମାନେ କହିଲେ ଏହି ମିଠ ଶରୀର ପ୍ରତି ବେସ ହିତକର ପ୍ରମାଣିତ ହୋଇଛି । ଦିବ୍ୟା ସାହା ଦୋକାନର ମାଲିକ ପ୍ରିନ୍ସଙ୍କୁ ଯେତେବେଳେ ଏହି ମିଠା ତିଆରି କରିବା ପାଇଁ ଏପରି ଅଭିନବ ଆଇଡିଆ କେଉଁଠୁ ଆସିଲା ବୋଲି ପଚାରିଥିଲେ ସେତେବେଳେ ଦିବ୍ୟାଙ୍କ ଏହି ପ୍ରଶ୍ନ ଉତର ଦେଇ ଦୋକାନ ମାଲିକ କହିଥିଲେ ସୁନା ସ୍ୱାସ୍ଥ୍ୟ ପାଇଁ କେତେ ହିତକର ତାହା ଜାଣିବା ପରେ ଏପରି ଏକ ଭିନ୍ନ ପ୍ରକାରର ମିଠା ତିଆରି କରିବା ପାଇଁ ପ୍ରୟାସ ଆରମ୍ଭ କରିଛି । ସେ ଏହା ମଧ୍ୟ କହିଛନ୍ତି ଚାନ୍ଦି ଆସ୍ତରଣ ଦେବା ବଦଳରେ ଶୁଦ୍ଧ ସୁନାର ଆସ୍ତରଣକୁ ବ୍ୟବହାର କରାଯାଇଛି । କାରଣ ଏହା ସ୍ୱାସ୍ଥ୍ୟ ପାଇଁ ବେସ ହିତକର । ଏବେ ଏହି ମିଠାକୁ ଅନେକ ଲୋକ ପସନ୍ଦ କରିବାକୁ ଲାଗିଲଣି । ଆଗକୁ ରାକ୍ଷି ପୁର୍ଣ୍ଣିମା ଆସୁଛି । ତେଣୁ ଏହି ମିଠା ଆଗକୁ ଯାଇ ଲୋକଙ୍କର ଏକ ମନ ପସନ୍ଦ ମିଠା ହୋଇପାରିବ ବୋଲି ଆସା ରଖିଛନ୍ତି ଦୋକାନ ମାଲିକ । ସବୁଠାରୁ ବଡ କଥା ହେଉଛି ଏହି ମିଠାର ନାଁ ‘ଗୋଲ୍ଡ ସ୍ୱିଟ’ ରଖାଯାଇଛି ।