ବଢ଼ୁଛି ସୁନା ସ୍ମଗଲିଂ ! ପୁଣି ଭୁବନେଶ୍ୱର ବିମାନବନ୍ଦରରୁ ଧରାପଡିଲା ସୁନା ବିସ୍କୁଟ

32

କନକ ବ୍ୟୁରୋ : ପୁଣି ଭୁବନେଶ୍ୱର ବିମାନବନ୍ଦରରୁ ଧରାପଡିଲା ସୁନା ବିସ୍କୁଟ । ସ୍ମଗଲିଂ ପାଇଁ ସୁନା ନେଇ ଜଣେ ଯାତ୍ରୀ ବ୍ୟାଙ୍କକରୁ ଆସୁଥିବା କଷ୍ଟମ୍ସ ବିଭାଗ ନିକଟରେ ପୂର୍ବ ସୂଚନା ରହିଥିଲା । ସେହି ସୂଚନା ଆଧାରରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଜଗି ରହିଥିଲେ କଷ୍ଟମ୍ସ ଅଧିକାରୀ । ବିମାନବନ୍ଦରରେ ତାଙ୍କୁ କାବୁ କରି ନିଆଯାଇଥିଲା । ଜବତ ସୁନା ବିସ୍କୁଟର ପରିମାଣ ୬ଶହ ୭ଗ୍ରାମ ଓ ଏହାର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ହେବ । ଯାତ୍ରୀ ଜଣକ ମଳଦ୍ୱାରରେ ଏହାକୁ ଲୁଚାଇ ରଖିଥିବା କଷ୍ଟମ୍ସ ସୂତ୍ରରୁ ଜଣାପଡିଛି । ବ୍ୟାଙ୍କକରୁ କ୍ୱାଲାଲମପୁର ଦେଇ ଭୁବନେଶ୍ୱରକୁ ଚୋରା କାରବାର ପାଇଁ ସୁନା ନେଇ ଆସିଥିଲେ ଯାତ୍ରୀ ଜଣକ ।

ସୂଚନାଯୋଗ୍ୟ ଗତ ମାସରେ ମଓ୍ୟ ଖୋର୍ଦ୍ଧାରୋଡ ରେଳ ଷ୍ଟେସନରୁ ସୁନା ବିସ୍କୁଟ ଜବତ ହୋଇଥିଲା । ଜଣେ ଯାତ୍ରୀଙ୍କ ଠାରୁ ୧୫ଟି ସୁନା ବିସ୍କୁଟ ଜବତ କରାଯାଇଥିଲା । ଗୌହାଟୀ–ଚେନ୍ନାଇ ଏକ୍ସପ୍ରେସରେ ଯାଉଥିବା ଜଣେଯାତ୍ରୀଙ୍କ ଠାରୁ ସୁନା ସ୍ମଗଲିଂ ହେଉଥିବା ସନ୍ଦେହରେ ଏହି ସୁନା ବିସ୍କୁଟ ଜବତ କରାଯାଇଥିଲା ।