ନୀରଜଙ୍କ ଆଉ ଏକ ସ୍ୱପ୍ନ ପୂରଣ

111

କନକ ବ୍ୟୁରୋ : ଆଉ ଏକ ସ୍ୱପ୍ନ ପୁରଣ କଲେ ଅଲିମ୍ପିକ୍ସ ଗୋଲ୍ଡ ବିଜେତା ନିରୋଜ ଚୋପ୍ରା । ପ୍ରଥମ ଥର ପାଇଁ ସେ ତାଙ୍କ ବାପା ମା’ଙ୍କୁ ବିମାନରେ ବୁଲାଇଛନ୍ତିି । ଏନେଇ ଟୁଇଟ କରି ସୁଚନା ଦେଇଛନ୍ତି ନୀରୋଜ ।

ଏହା ସହ ନୀରୋଜ ତାଙ୍କ ବାପା ମା’ଙ୍କ ସହ କିଛି ଫଟୋ ମଧ୍ୟ ଶେୟାର କରିଛନ୍ତି । ଫଟୋରେ ତାଙ୍କ ବାପା ମା’ ଏବଂ ନୀରୋଜ ଖୁବ୍ ଖୁସି ନଜର ଆସିଛନ୍ତି । ଅଗଷ୍ଟ ୭ ତାରିଖରେ ଟୋକିଓ ଅଲିମ୍ପିକ୍ସରେ ଜାଭଲିନ୍ ଥ୍ରୋରେ ସ୍ୱର୍ଣ୍ଣ ଜିତି ସଫଳତା ହାସଲ କରିଛନ୍ତି ନୀରୋଜ । ସ୍ୱର୍ଣ୍ଣ ପଦକ ଜିତି ଭାରତର ୧୨୫ ବର୍ଷର ସ୍ୱପ୍ନକୁ ସାକାର କରିଛନ୍ତି ନୀରୋଜ । ପୂର୍ବରୁ ସେ ତାଙ୍କ ବାପା ମା’ଙ୍କୁ ବିମାନରେ ବୁଲାଇବା ନେଇ ସ୍ୱପ୍ନ ଦେଖିଥିଲେ । ଜାହାକୁ ସେ ଗତକାଲି ପୁରଣ କରିଛନ୍ତି ।

ଏନେଇ ଟୁଇଟ କରି ନୀରୋଜ କହିଛନ୍ତି ମୁଁ ମୋ ବାପା ମା’ଙ୍କୁ ବିମାନରେ ଉଡ଼ାଇବାରେ ସମର୍ଥ ହୋଇଛି ।  ଏନେଇ ବାପା ମା’ଙ୍କ ସହ କିଛି ଫଟୋ ସୋସିଆଲ ମିଡ଼ିଆରେ ଶେୟାର କରିଛନ୍ତି ନୀରୋଜ ।