ଚର୍ଚ୍ଚାରେ ଗୋଲ୍ଡ ମାସ୍କ୍ : କରୋନା କାଳରେ ସୁନାର ମାସ୍କ୍ ପିନ୍ଧି ଚର୍ଚ୍ଚା ସାଉଁଟିଲେ ମହାରାଷ୍ଟ୍ରର ଏହି ବ୍ୟକ୍ତି , ଦାମ୍ ରହିଛି ୨ ଲକ୍ଷ ୮୯ ହଜାର

956

କରୋନା କାଳରେ ମାସ୍କ୍ ପିନ୍ଧିବା ବାଧ୍ୟତାମୂଳକ ହୋଇଯାଇଛି । କିନ୍ତୁ ବର୍ତ୍ତମାନ ଲୋକମାନେ ସ୍ୱାସ୍ଥ୍ୟ ଅପେକ୍ଷା ଫ୍ୟାସନକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଆଉ ଲୋକଙ୍କ ସଉକକୁ ଦେଖି ବଜାରରେ ଭିନ୍ନ ଭିନ୍ନ ରଙ୍ଗ ଏବଂ ଡ଼ିଜଇନ୍ ର ମାସ୍କ୍ ଆଣୁଛନ୍ତି ବ୍ୟବସାୟୀ । ସମ୍ବଲପୁରୀ , ପଶାପାଲୀ , କାର୍ଟୁନ୍ ମାସ୍କ୍, ବ୍ରାଇଡାଲ୍ ମାସ୍କ୍ ଏଭଳି ଅନେକ ଭେରାଇଟିର ମାସ୍କ୍ ଏବେ ବଜାରରେ ମିଳୁୁଛି । ତେବେ ଏଭିତରେ ଏବେ ଚର୍ଚ୍ଚାକୁ ଆସିଛି ‘ଗୋଲ୍ଡ ମାସ୍କ୍’ ।

ମହାରାଷ୍ଟ୍ର ପୁଣେର ଶଙ୍କର କୁରାଡ଼େ ନାମକ ଜଣେ ବ୍ୟକ୍ତି ସୁନାର ମାସ୍କ୍ ତିଆରି କରିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସୁନାରେ ତିଆରି ମାସ୍କ ନପିନ୍ଧିଲେ ଏହି ବ୍ୟକ୍ତି ଘରୁ ବାହାରକୁ ବାହାରନ୍ତି ନାହିଁ । ହେଲେ ସୁନା ମାସ୍କ୍ ପିନ୍ଧି ସେ ସମସ୍ତଙ୍କୁ ନଜରକୁ ଆସିଛନ୍ତି । ଏହି ମାସ୍କର ଦାମ୍ ରହିଛି ୨ ଲକ୍ଷ ୮୯ ହଜାର ଟଙ୍କା । ସାଧାରଣ ମାସ୍କ ପରି ଏଥିରେ ଛୋଟ ଛୋଟ ଛିଦ୍ର କରାଯାଇଛି ଫଳରେ ବ୍ୟକ୍ତି ଜଣକ ନିଶ୍ୱାସ ପ୍ରଶ୍ୱାସ ନେଇପାରିବେ । ହେଲେ କରୋନାର ସଂକ୍ରମଣ ରୋକିବାରେ ଏହି ମାସ୍କ କେତେଦୂର ସମର୍ଥ ତାକୁ ନେଇ ସନ୍ଦେହ ରହିଛି ।