କନକ ବ୍ୟୁରୋ: ଗୋହିରାଡ୍ୟାମ ହରାଉଛି ଜଳ ଧାରଣ କ୍ଷମତା । ଆଶା ଆଶଙ୍କାରେ ଚାଷୀ ଙ୍କ ଭବିଷ୍ୟତ କୃଷି ପ୍ରଧାନ ଦେବଗଡ ଜିଲ୍ଲାରେ ପ୍ରାୟ ଲୋକ ଚାଷ ଉପରେ ନିର୍ଭର କରି ଚଳୁଛନ୍ତି । ହେଲେ ବିଭାଗୀୟ ଅଧିକାରୀଙ୍କ ଅବହେଲା କାରଣରୁ ଆଜି ତିଲେଇବଣୀ ବ୍ଲକର ଗୋହିରା ଜଳ ସେଚନ ପ୍ରକଳ୍ପ ଜଳଶୂନ୍ୟ ହୋଇଥିବା ଦେଖିବାକୁ ମିଳିଛି । ଚାଷ କାର୍ୟ୍ୟ ପାଇଁ ଗୋହିରାଠାରେ ମଧ୍ୟମ ଜଳ ସେଚନ ପ୍ରକଳ୍ପ କାର୍ୟ୍ୟ ଆରମ୍ଭ ହୋଇଥିଲା । ପ୍ରତି ବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ଅବହେଳା ଯୋଗୁଁ ଏହି ପ୍ରକଳ୍ପର ଜଳ ଭଣ୍ଡାର ଦିନକୁ ଦିନ ପୋତି ହୋଇ ଜଳ ଧାରଣ କ୍ଷମତା କମିବାରେ ଲାଗିଛି । ଉପର ମୁଣ୍ଡରେ ବର୍ଷା ହେଲେ ବି ନଦୀ ବନ୍ଧରେ ଗଚ୍ଛିତ ଜଳ ରହିପାରୁ ନାହିଁ । ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଶ୍ରାବଣ ଶେଷ ସପ୍ତାହ ସୁଦ୍ଧା ନଦୀବନ୍ଧ ରେ ଥିବା ୫ଟି ସୁଇସ ଗେଟ ପର୍ୟ୍ୟନ୍ତ ଜଳ ସ୍ତର ପହଂଚିପାରି ନାହିଁ । ଯାହା ଫଲରେ ଚିନ୍ତାରେ ପଡିଛି ଚାଷୀ ।

Advertisment

ଆଗକୁ ଉପରମୁଣ୍ଡରେ ବର୍ଷା ଉପରେ ଡ୍ୟାମ ନିର୍ଭର କରୁଥିବାରୁ ଡ୍ୟାମ ଭରଷାରେ ରହିଛନ୍ତି ଚାଷୀ । ସେପଟେ ଡ୍ୟାମର ପୁନରୁଦ୍ଧାରପାଇଁ ବହୁବାର ଦାବି ହୋଇଆସୁଥିଲେ ବି ବିଭାଗୀୟ କର୍ତୃପକ୍ଷ ଚାଷୀଙ୍କ ଦାବିକୁ ଅଣଦେଖା କରିଚାଲିଥିବା ଅଭିଯୋଗ ହୋଇଛି । ଡ୍ୟାମର ରକ୍ଷଣା ବେକ୍ଷଣ ନାମରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ କରାଯାଉଥିବା ବେଳେ ଚାଷୀଙ୍କ ସ୍ୱାର୍ଥରେ ଏହି ନଦୀବନ୍ଧ ଯୋଜନାର କୈାଣସି ସୁଫଳ ମିଳିପାରୁ ନାହିଁ ।