ଗୋବିନ୍ଦାଙ୍କ ଫ୍ୟାନମାନଙ୍କ ପାଇଁ ଖୁସିର ଖବର । କାରଣ, ବହୁ ଦିନର ବ୍ୟବଧାନ ପରେ ଏବେ ପରଦାକୁ ଫେରୁଛନ୍ତି ବଲିଉଡର କମେଡି କିଙ୍ଗ ଗୋବିନ୍ଦା । ତେବେ ଆଗାମି ଦିନରେ ରିଲିଜ ହେବାକୁ ଯାଉଛି ଗୋବିନ୍ଦାଙ୍କ ଅଭିନିତ କମେଡି ବଲିଉଡ ସିନେମା ‘ଆ ଗୟା ହିରୋ’ । ଯେଉଁଥିରେ ଗୋବିନ୍ଦା ଜଣେ ସ୍ୱାଭିମାନ ପୁଲିସ ଅଫିସର ଭୁମିକାରେ ନଜର ଆସିବେ ।
ଖାଲି ସେତିକି ନୁହେଁ, ଏହି ସିନେମାଟିରେ ଗୋବିନ୍ଦାଙ୍କ ଡ୍ୟାନ୍ସର ଧମାଲ ମଧ୍ୟ ଦେଖିବାକୁ ମିଳିବ ଦର୍ଶକମାନଙ୍କୁ । ଏହା ସହିତ ଏହି ସିନେମାରେ ଏକ ଭୋଜପୁରୀ ଗୀତକୁ ମଧ୍ୟ ସ୍ଥାନ ଦିଆଯାଇଛି । ଏହି ସିନେମାଟିକୁ ୨୦୧୭ ରେ ରିଲିଜ କରିବାକୁ ଲକ୍ଷ୍ୟ ରଖିଛନ୍ତି ନିର୍ଦ୍ଦେଶକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/12/Govinda.jpg)