ମୁଖ୍ୟମନ୍ତ୍ରୀ ହେବ ତ ଏମିତି ! ଜୀବନ ଘାତକ ରୋଗରେ ପୀଡିତ ଥାଇ ମଧ୍ୟ ନାକରେ ପାଇପ୍ ଲଗାଇ କର୍ମକ୍ଷେତ୍ରକୁ ଗଲେ ଗୋଆ ମୁଖ୍ୟମନ୍ତ୍ରୀ

1,268

ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ଏବେ ଗମ୍ଭୀର ରୋଗରେ ପୀଡିତ ଅଛନ୍ତି । କର୍କଟ ରୋଗରେ ପୀଡିତ ପାରିକର ଜୀବନ ସହ ଲଢେଇ କରୁଥିବା ବେଳେ ବହୁତ ଦୂର୍ବଳ ମଧ୍ୟ ହୋଇ ପଡିଛନ୍ତି । କିନ୍ତୁ ହାର ମାନିନାହିଁ ତାଙ୍କ ମନୋବଳ । କ୍ୟାନ୍ସର ସହ ଲଢେଇ କରୁଥିବା ସମୟରେ ମଧ୍ୟ ସେ ନିଜ କର୍ମରୁ ପଛଘୁଞ୍ଚା ଦେଇନାହାନ୍ତି । ଯାହାର ଉଦାହରଣ ସେ ରବିବାର ପ୍ରମାଣିତ କରିଛନ୍ତି । ଗୋଆରେ ନିର୍ମିତ ହେଉଥିବା ଜୁଆରୀ ବ୍ରିଜ୍ ରେ ଏବଂ ତୃତୀୟ ମାଣ୍ଡବୀ ବ୍ରିଜ୍ ର ନିର୍ମାଣ କାର୍ଯ୍ୟ ଦେଖିବା ପାଇଁ ସେ ପହଞ୍ଚିଥିଲେ ।

ଗୋଟିଏ ଫଟୋ ତାଙ୍କୁ ପିଡବ୍ଲୁଡି ବିଭାଗର ଅଧିକାରୀଙ୍କ ସହ କଥାବାର୍ତ୍ତା ହେବା ଦେଖିବାକୁ ମିଳିଥିଲା । ଏହି ଫଟୋରେ ପାରିକରଙ୍କ ନାକରେ ଏକ ପାଇପ୍ ନଳୀ ଲାଗିଥିବାର ଦେଖାଯାଇଛି । ଶରୀରରୁ ଦୂର୍ବଳ ହୋଇଯାଇଥିଲେ ମଧ୍ୟ ସେଠାରେ ସେ ଖୁବ୍ ସକ୍ରିୟ ଦେଖାଯାଉଥିଲେ । ଗତିଶୀଳତା ଏବଂ କଥାବାର୍ତ୍ତାରେ ସେ ପୁରାପୁରି ଫିଟ୍ ଦେଖାଯାଉଥିଲେ କିନ୍ତୁ ଶରୀରକୁ ଦେଖିଲେ ଯେ କେହିବି ତାଙ୍କ ଦୂର୍ବଳତାର ଅନୁମାନ ଲଗାଇପାରିବେ । ତେବେ ଆପଣଭ୍କୁ କହିରଖୁଛୁ ଏହା ପୂର୍ବରୁ କେବଳ ହସ୍ପିଟାଲ୍ କିମ୍ବା ଘରର ଫଟୋ ହିଁ ତାଙ୍କର ଭାଇରାଲ୍ ହେଉଥିଲା କିନ୍ତୁ ବର୍ତ୍ତମାନ କର୍ମରେ ସକ୍ରିୟ ହେବା ଫଟୋ ଭାଇରାଲ୍ ହେବାକୁ ଲାଗିଛି । ପାରିକରଙ୍କ ଏଭଳି ଫଟୋ ଭାଇରାଲ୍ ହେବା ପରେ ତାଙ୍କ କାମ କରିବା ଶୈଳୀକୁ ସମସ୍ତେ ଭୁରି ଭୁରି ପ୍ରଶଂସା କରିଛନ୍ତି ଏବଂ ଖୁବଶୀଘ୍ର ଆରୋଗ୍ୟ ଲାଭ କରିବା ପାଇଁ ଆଶୁ କାମନା କରିଛନ୍ତି ।