କନକ ବ୍ୟୁରୋ : ପୁଣି ଆକାଶରେ ଉଡିବ ଗୋ-ଫାଷ୍ଟ ବିମାନ । ବିମାନ ଚଳାଚଳ ମନ୍ତ୍ରଣାଳୟର ନିୟନ୍ତ୍ରକ ଡିଜିସିଏ କିଛି ସର୍ତ୍ତ ସହିତ ଏହି ଏୟାର ଲାଇନ କମ୍ପାନୀକୁ ପୁଣି ବିମାନ ଚଳାଚଳ କରିବାକୁ ଅନୁମତି ଦେଇଛି । ଏନେଇ ଡିଜିସିଏ ତରଫରୁ ଗୋ-ଫାଷ୍ଟର ରିଜୋଲେସନ ପ୍ରଫେସନାଲ ଶୈଲେନ୍ଦ୍ର ଅଜମେରାଙ୍କୁ ଚିଠି ଲେଖି ସୂଚନା ଦେଇଛି ।

Advertisment

ଡିଜିସିଏ ତରଫରୁ କୁହାଯାଇଛି କି, ଗୋ-ଫାଷ୍ଟ ତରଫରୁ ପୁଣି ବିମାନ ଚଳାଚଳ ପାଇଁ ଏକ ପ୍ଲାନ ଜୁନ ୨୬ ତାରିଖରେ ଦାଖଲ କରାଯାଇଥିଲା । ଏହାକୁ ଅଧ୍ୟୟନ କରିବା ପରେ ରେଗୁଲେଟର ପ୍ଲାନକୁ ସ୍ୱୀକାର କରିଥିଲେ । ଏହାପରେ ଡିଜିସିଏ ତରଫରୁ ପୁଣି ଉଡାନ ଭରିବାକୁ ଗୋ-ଫାଷ୍ଟକୁ ଅନୁମତି ଦିଆଯାଇଛି ।

ହେଲେ ଡିଜିସିଏ ସର୍ତ୍ତ ରଖିଛି କି, ଗୋ-ଫାଷ୍ଟ ଏହାରଲାଇନ୍ସ ପାଖରେ ସର୍ବଦା ଏୟାର ଅପରେଟର ସାର୍ଟିଫିକେଟ ରହିବା ଜରୁରୀ । ଏହାସହ ଉଡାଣ ଭରିବାକୁ ଥିବା ବିମାନଗୁଡିକ ଠିକ୍ ଠାକ ରହିଥିବା ଦରକାର ।