ଗ୍ଲୋବାଲ ହେପିନେସ ୨୦୨୩ ରିପୋର୍ଟ ପ୍ରକାଶ, ଫିନଲ୍ୟାଣ୍ଡ ବିଶ୍ୱର ସବୁଠୁ ସୁଖୀ ରାଷ୍ଟ୍ର।

715

କନକ ବ୍ୟୁରୋ: ଫିନଲ୍ୟାଣ୍ଡରେ ନାହିଁ ଦୁଃଖ । ଯଦି ସୁଖୀ ରହିବାର ଅଛି ତେବେ ଥରେ ଫିନଲ୍ୟାଣ୍ଡ ବୁଲିଆସନ୍ତୁ । ଏବଂ ଦେଖିନିଅନ୍ତୁ ସୁଖୀ ରହିବାର ଫର୍ମୁଲା । କାରଣ ବିଶ୍ୱର ସବୁଠୁ ସୁଖୀ ରାଷ୍ଟ୍ର ତାଲିକାର ଶୀର୍ଷରେ ରହିଛି ଏହି ରାଷ୍ଟ୍ର । ଗ୍ଲୋବାଲ ହେପିନେସ ୨୦୨୩ ରିପୋର୍ଟ ଜାରିହୋଇଛି । ଷଷ୍ଠ ଥର ପାଇଁ ଏହି ତାଲିକାର ଶୀର୍ଷରେ ଫିନଲ୍ୟାଣ୍ଡ ରହିଛି । ମିଳିତ ଜାତିସଂଘର ସସଟେନବୁଲ ଡେଭଲପମେଣ୍ଟ ସଲ୍ୟୁସନ ନେଟୱାର୍କ ପକ୍ଷରୁ ଜାରି କରାଯାଇଛି ଏହି ରିପୋର୍ଟ । ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସୁଖ ମାପିବା ପାଇଁ ବ୍ୟବହାର ହେଉଥିବା ସସସ୍ତ ମାନଦଣ୍ଡରେ ଫିନଲ୍ୟାଣ୍ଡ ଅଧିକ ସ୍କୋର କରିଛି ।

ଲୋକଙ୍କ ଜୀବନଶୈଳୀ, ଦେଶର ଜିଡିପି, କମ ଦୁର୍ନୀତି, ଆୟ, ସ୍ୱାସ୍ଥ୍ୟ, ଶିକ୍ଷା, ପରସ୍ପର ପ୍ରତି ଉଦାରତା ଓ ପରସ୍ପର ପ୍ରତି ଭଲ ପାଇବା ଆଧାରରେ ଏହି ତାଲିକା ପ୍ରସ୍ତୁତ କରାଯାଇଛି । ବିଶ୍ୱ ଖୁସି ରିପୋର୍ଟ ଜାତିସଂଘର ସ୍ଥାୟୀ ବିକାଶ ସମାଧାନ ନେଟୱାର୍କର ପ୍ରକାଶନ ଏବଂ ୧୫୦ଟି ଦେଶର ଲୋକଙ୍କ ବିଶ୍ୱସ୍ତରୀୟ ସର୍ଭେ ତଥ୍ୟ ଉପରେ ଆଧାରିତ । ତେବେ ୟୁଏନ ସସଟେନବୁଲ ଡେଭଲପମେଂଟ ସଲ୍ୟୁସନ ନେଟୱାର୍କ ପକ୍ଷରୁ ଜାରି ଏହି ରିପୋର୍ଟ ଏସିଆ ପାଇଁ ନୈରାଶଜନକ । କାରଣ ଶୀର୍ଷ ୨୦ ସୁଖୀ ରାଷ୍ଟ୍ର ବା ଟପ ଟ୍ୱେଂଟିରେ ଏସିଆର କୌଣସି ଦେଶ ସ୍ଥାନ ପାଇ ନାହାନ୍ତି ।