ବାହାରିଲା କରୋନା ଭୂତାଣୁର ଔଷଧ: ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ସର ଦାବି ସଂକ୍ରମଣ ଆରମ୍ଭରେ ହୋଇପାରିବ କୋଭିଡ-୧୯ର ଚିକିତ୍ସା; ଡିଜିସିଆଇ ଅନୁମତି ପରେ ହିମାଚଳପ୍ରଦେଶରେ ଚାଲିଛି ଔଷଧ ପ୍ରସ୍ତୁତି

ଶୀଘ୍ର ଫେବିଫ୍ଲୁ ନାମରେ ବଜାରକୁ ଆସିବ

4,805

କନକ ବ୍ୟୁରୋ: ସାରା ବିଶ୍ୱକୁ ଆତଙ୍କିତ କରିଥିବା କରୋନା ଭୂତାଣୁ । ଏହାର ଔଷଧ ପାଇଁ ବିଶ୍ୱର ବିଭିନ୍ନ ସଂସ୍ଥା ଲାଗିଛନ୍ତି । ଏପରି ସମୟରେ କରୋନାର ଆଂଟିବାୟୋଟିକ୍ ମେଡିସିନ ବାହାର କରିଥିବା ଦାବି କରିଛି ମୁମ୍ବାଇ ସ୍ଥିତ ଗ୍ଲେନମାର୍କ ଫାର୍ମାସ୍ୟୁଟିକଲ୍ସ । କରୋନାରେ ସାମାନ୍ୟରୁ ମଧ୍ୟମ ଧରଣର ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ଏଂଟିଭାଇରାଲ ଔଷଧ ଫେଭିପିରବିରକୁ ଫେଭିଫ୍ଲୁ ନାମରେ ଉପସ୍ଥାପିତ କରିଛି । ଏହି ଫେଭିଫ୍ଲୁ ଟାବଲେଟ ପିଛା ୧୦୩ ଟଙ୍କା ଦରରେ ବଜାରରେ ମିଳିବ । ଗୋଟିଏ ଷ୍ଟ୍ରିପରେ ୩୪ଟି ୨ଶହ ଏମଜିର ଫେଭିଫ୍ଲୁ ଟାବଲେଟ ରହିବ ଓ ଏହା ୩୫ ଶହ ଟଙ୍କାରେ ବିକ୍ରି ହେବ ।

ଶନିବାର ଏସୂଚନା ଦେଇ ଗ୍ଲେନମାର୍କ ଫାର୍ମାସ୍ୟୁଟିକଲ୍ସ କହିଛି, ଭାରତୀୟ ଔଷଧ ମହାନିୟନ୍ତ୍ରକ ବା ଡିସିଜିଆଇ ଏହି ଔଷଧ ନିର୍ମାଣ ଓ ମାର୍କେଟିଂ ପାଇଁ ଅନୁମତି ଦେଇଛି । ଗ୍ଲେନମାର୍କ ଫାର୍ମାସ୍ୟୁଟିକଲ୍ସର ଚେୟାରମ୍ୟାନ ଗ୍ଲେନ ସଲଦାନହା କହିଛନ୍ତି, ଭାରତରେ ସଂକ୍ରମଣ ବଢୁଥିବାରୁ ଫେଭିଫ୍ଲୁ ଔଷଧ କରୋନା ମୁକାବିଲା ପାଇଁ ଉପାଦେୟ ହେବ । କୋଭିଡ-୧୯ର ଉପଚାର ପାଇଁ ସଂକ୍ରମିତ ରୋଗୀଙ୍କୁ ପ୍ରଥମ ଦିନରେ ୧୮ଶହ ମିଲିଗ୍ରାମର ଦୁଇ ପାନ ଦିଆଯିବ । ଏହାପରେ ୧୪ ଦିନ ପର୍ଯ୍ୟନ୍ତ ପ୍ରତିଦିନ ୮ଶହ ମିଲିଗ୍ରାମର ଟାବଲେଟ ଦୁଇଥର ସେବନ କରିବାକୁ କଂପାନୀ ପରାମର୍ଶ ଦେଇଛି । ଭାରତର ହିମାଚଳପ୍ରଦେଶର ବଦ୍ଦିରେ ପ୍ରସ୍ତୁତ କରାଯାଉଥିବା କଂପାନୀର ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।