ପଦ୍ମଶ୍ରୀ ପୁରସ୍କାର ଦେବା ପୂର୍ବରୁ ଗୀତାଙ୍କ ସହ ଫୋନରେ କଥା ହୋଇଥିଲେ ମୋଦି ! ଗଣମାଧ୍ୟମରେ ଜୋର୍ ଧରିଲା ଚର୍ଚ୍ଚା ।

1,141

ପଦ୍ମ ପୁରସ୍କାର ପାଇଁ ଗୀତା ମେହେଟାଙ୍କ ନାଁ ଘୋଷଣା ହେବା ପରେ ସେ ଏହାକୁ ଗ୍ରହଣ କରିବାକୁ ସସମ୍ମ୍ାନେ ମନା କରିଦେଇଛନ୍ତି । ହେଲେ ପ୍ରମୁଖ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ପଦ୍ମ ପୁରସ୍କାର ପ୍ରଦାନ ପୂର୍ବରୁ ଗୀତାଙ୍କ ସହ ଆଲୋଚନା କରିଥିଲେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏପରିକି ଦୁହିଁଙ୍କ ଭିତରେ ୯୦ମିନିଟ ଧରି ଚର୍ଚ୍ଚା ହୋଇଥିଲା । ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ପ୍ରଥମେ ଗୀତା ମେହେଟାଙ୍କ ଦିଲ୍ଲୀ ସ୍ଥିତ ବାସଭବନକୁ ଫୋନ୍ରେ ଯୋଗାଯୋଗ କରିଥିଲା ପିଏମଓଙ୍କ କାର୍ଯ୍ୟାଳୟ । ହେଲେ ଫୋନ୍ ଉଠାଇଥିଲେ ଔରଙ୍ଗଜେବ ରୋଡ ସ୍ଥିତ ବାସଭବନର କେୟାର ଟେକର ବାବୁ । ଫୋନରେ ଥିବା ଅଫିସରଙ୍କୁ ଗୀତା ଦିଲ୍ଲୀରେ ରହୁନଥିବା ବୁଝାଇବାକୁ ଚେଷ୍ଟା କରିଥିଲେ । ଏହାପରେ ବାବୁଙ୍କ ସହ ଫୋନରେ ନିଜେ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ତାଙ୍କୁ ମଧ୍ୟ ଗୀତା ମେହେଟା ଆମେରିକାରେ ରହୁଥିବା କହିଥିଲା ବାବୁ । ମୋଦି ଗୀତାଙ୍କ ଫୋନ ନମ୍ବର ମାଗିଥିଲେ ହେଲେ ବାବୁ ପାଖରେ ତାହା ନଥିବା ସେ ଜଣାଇଥିଲା ।

ସୂଚନା ଅନୁସାରେ ଏହାପରେ ଗୀତାଙ୍କ ଫୋନ ନମ୍ବର ଆଣିବା ପାଇଁ ପ୍ରୟାସ କରିଥିଲା ଆମେରିକାରେ ଥିବା ଭାରତୀୟ ଦୂତାବାସ । ଏହାପରେ ଗୀତା ମେହେଟାଙ୍କ ସହ ଆଲୋଚନା କରି ଭାରତ ଆସିଲେ ଆଲୋଚନା କରିବା ପାଇଁ ଆମନ୍ତ୍ରଣ କରିଥିଲେ ପ୍ରଧାନମନ୍ତ୍ରୀ । ଆଉ କିଛି ମାସ ତଳେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଚର୍ଚ୍ଚା କରିଥିଲେ ଗୀତା ମେହେଟା । ଏପରିକି ୨୦ମିନିଟ ଆଲୋଚନା ପାଇଁ ସମୟ ଧାର୍ଯ୍ୟ ହୋଇଥିବା ବେଳେ ୯୦ ମିନିଟ ଧରି ଚର୍ଚ୍ଚା ଚାଲିଥିଲା ବୋଲି ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।