‘ଚଗଲାମି କରୁଥିବା ଝିଅ, ଘରେ ରହିବା ଦରକାର’ । ସିରାଜୁଦ୍ଦିନ ହକ୍କାନୀଙ୍କ ନୂଆ ପ୍ରତିବନ୍ଧକ । 

147

କନକ ବ୍ୟୁରୋ : ‘ଚଗଲାମି କରୁଥିବା ଝିଅ, ଘରେ ରହିବା ଦରକାର’ । ଏଭଳି କିଛି ବିବାଦୀୟ ବୟାନ ଦେଇଛନ୍ତି ତାଲିବାନ ନେତା ସିରାଜୁଦ୍ଦିନ ହକ୍କାନୀ । କାର୍ଯ୍ୟକାରୀ ଆଭ୍ୟନ୍ତରୀଣ ମନ୍ତ୍ରୀ ଥିବା ହକ୍କାନୀ ଏହି ନୂଆ ଘୋଷଣା କରିଛନ୍ତି । ତାଲିବାନ ଶାସନରେ ଝିଅମାନଙ୍କୁ ହାଇସ୍କୁଲ ପଢିବାକୁ ଯିବାର ଅନୁମତି ଦିଆଯିବ । କିଛି ଏଭଳି ପ୍ରତିକ୍ରିୟା ସେ ପୂର୍ବରୁ ଦେଇଥିଲେ । ତେବେ ଏହି କଥା ପୂରଣ ନହେବାରୁ ବିବାଦ ଦେଖାଦେଇଥିଲା । ତାଲିବାନୀ ଆଫଗାନିସ୍ତାନ ଅକ୍ତିଆର କରିବା ପରେ କଠୋର ପଦକ୍ଷେପ ବଦଳରେ ନରମ ରୂପ ଆପଣେଇବ । ତେବେ ଶାସନରେ ଆସିବା ପରେ କିନ୍ତୁ ଏସବୁ କଥାରୁ ଓହରିଯାଇଥିଲା । ଝିଅମାନେ ସ୍କୁଲ ଯିବା ଉପରେ ଅନିଶ୍ଚିତ ସମୟ ପାଇଁ ପ୍ରତିବନ୍ଧକ ଲଗାଇଥିଲେ ସରକାର ।

ହକ୍କାନୀଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ତାଲିବାନ ଶାସନରେ ଝିଅମାନଙ୍କୁ ଘରୁ ବାହାରକୁ ବାହାରିବାକୁ ଡରୁଛନ୍ତି ।  ଏହାର ଉତ୍ତରରେ ସେ କହିଛନ୍ତି, ‘ଚଗଲାମି କରୁଥିବା ଝିଅ, ଘରେ ରହିବା ଦରକାର’ । ଚଗଲାମି କରୁଥିବା ଝିଅଙ୍କ ଅର୍ଥ ଯେଉଁମାନେ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଥାନ୍ତି । ସିରାଜୁଦ୍ଦିନ ହକ୍କାନୀ ହେଉଛନ୍ତି ଆମେରିକାର ଗୁପ୍ତଚର ସଂସ୍ଥା ଏଫବିଆଇର ହିଟ୍ ଲିଷ୍ଟରେ ଥିବା ଆତଙ୍କବାଦୀ । ଆମେରିକା ତାକୁ ଆତଙ୍କବାଦୀ ଘୋଷଣା କରିବା ସହ ୧୦ ମିଲିୟନ ଡଲାରର ପୁରସ୍କାର ରାଶି ଘୋଷଣା କରିଛି ।

ଆଫଗାନିସ୍ତାନରେ ଷଷ୍ଠ ଶ୍ରେଣୀ ଯାଏ ଝିଅ ମାନେ ସ୍କୁଲ ଯାଉଛନ୍ତି । ଯଦି ଭଗବାନ ଚାହିଁବେ ତେବେ ଆଗାମୀ ଦିନରେ ସେମାନେ ଅଧିକ ପାଠ ପଢିବେ । ହିଜାବକୁ ନେଇ ହକ୍କାନୀ କହିଛନ୍ତି, ଆମେ କେଉଁ ମହିଳାଙ୍କୁ ହିଜାବ ପିନ୍ଧିବାକୁ ବାଧ୍ୟ କରିନାହୁଁ । ଆମେ ଉପଦେଶ ଦେଇଛୁ ହିଜାବ ଜୁରୀ ନୁହେଁ କିନ୍ତୁ, ଏହା ଇସଲାମିକ ଆଦେଶ ଯାହାକୁ ସମସ୍ତେ ମାନିବା ଦରକାର ।