ଦିଶା ପଟ୍ଟାନିଙ୍କ ବୋଲ୍ଡ କପଡାକୁ ନେଇ ୟୁଜରଙ୍କ ତୀକ୍ଷ୍ଣ ମନ୍ତବ୍ୟ ! କହିଲେ, ଦେହଜୀବୀ ପରି ଦେଖା ଯାଉଛ

49

ବଲିଉଡ ଅଭିନେତ୍ରୀ ଦିଶା ପଟ୍ଟାନି କେବଳ ତାଙ୍କ ବିନ୍ଦାସ ଅନ୍ଦାଜ ପାଇଁ ନୁହଁ ବୋଲ୍ଡ ପୋଷାକ ପତ୍ର ପାଇଁ ମଧ୍ୟ ବେଶ ଚର୍ଚ୍ଚିତ । ନିକଟରେ ପ୍ରସାରଣ ହୋଇଥିବା “ଫିଲ୍ମ ଫେୟାର ଆୱାର୍ଡ’ରେ ମଧ୍ୟ ତାଙ୍କ ବୋଲ୍ଡ ଅନ୍ଦାଜ ଲୋକଙ୍କୁ ଦେଖିବାକୁ ମଳିଥିଲା । ଏମିତିରେ ଦିଶା କୌଣସି କଥାକୁ ଗୁରୁତ୍ୱ ନଦେଇ ନିଜ ହିସାବରେ ପୋଷାକ ପିନ୍ଧିବା ପାଇଁ ପସନ୍ଦ କରନ୍ତି ।

ପ୍ରକୃତ କଥା ହେଲା ଉକ୍ତ ଆୱାର୍ଡ ସୋର ପ୍ରସାରଣ ପରେ ଦିଶାଙ୍କ ପୋଷାକକୁ ଦେଖି ଜଣେ ୟୁଜର ସୋସିଆଲ ମିଡିଆରେ କମେଣ୍ଟ କରିଥିଲେ କି ତୁମେ ଜେଣ ଦେହଜୀବୀ ପରି ଦେଖା ଯାଉଛ । ଆମେ ଜାଣିଛୁ ତୁମେ ବ୍ରେଷ୍ଟ ଇପ୍ଲାଣ୍ଟ କରିଛ କିନ୍ତୁ ଏସବୁ ଦେଖାଇବା ଦରକାର ନାହିଁ ।

ଏପରି କମେଣ୍ଟର କଡା ଜବାବ ଦେଇଛନ୍ତି ଦିଶା । କହିଛନ୍ତି ମହିଳାଙ୍କୁ ତାଙ୍କ ପୋଷାକ ହିସାବରେ ଜଜ କରିବା ସହଜ କିନ୍ତୁ ନିଜର ନିମ୍ନ ଚିନ୍ତାଧାରାକୁ ସ୍ୱୀକାର କରିବା ବହୁତ ମୁସ୍କିଲ । ଏପରି ଉତ୍ତରରେ ଶୁଣି ସେହି ୟୁଜର କିମ୍ବା କୌଣସି ସଦସ୍ୟ ଆଉଥରେ ଏପରି କମେଣ୍ଟ କରିବା ପାଇଁ ସାହସ କରିବ ନାହିଁ ।