କନକ ବ୍ୟୁରୋ : ସକାଳୁ ୧୦ଟା ବିଲରେ ପାୱାର ଟିଲର ଚଳାଉଛନ୍ତି । ଆଉ ୧୦ଟା ପରେ କଲେଜ । ଚାଷବାସ କରି ପରିବାର ପୋଷିବା ସହ କିପରି ପାଠ ପଢିହୁଏ ତା’ର ଉଦାହରଣ ଗଜପତି ଜିଲ୍ଲାରେ ଦେଖିବାକୁ ମିଳିଛି । ସେ କେହି ଯୁବକ ନୁହେଁ ବଂର ଯୁବତୀ । ଗଜପତି ଜିଲ୍ଲା ମୋହାନା ବ୍ଲକ ବଡ଼ଖଣି ନୂଆସାହି ଗାଁର ଲକ୍ଷ୍ମଣ ମଲ୍ଲିକଙ୍କ ତରା ଏହାକୁ ପ୍ରମାଣିତ କରିଛନ୍ତିି ।

Advertisment

ପରିବାରର ଅଭାବ ଅନଟନ ଭିତରେ ପାଠ ପଢି ଜଣେ ଅଧ୍ୟାପିକା ହେବାର ଲକ୍ଷ୍ୟ ରଖିଛନ୍ତି ତରା । ଲକ୍ଷ୍ମଣଙ୍କ ଦୁଇ ପୁଇ ଓ ତିନି ଝିଅ ଅଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ପୁଅ ବିବାହ କରିବା ପରେ ଘରଠୁ ଦୂରରେ ରହୁଛନ୍ତି । ତିନି ଭଉଣଙ୍କ ମଧ୍ୟରେ ବଡ଼ ଓ ମଝିଆ ଭଉଣୀ ଆର୍ଥିକ ଅଭାବ ଯୋଗୁଁ ଯୁକ୍ତ ଦୁଇ ପରେ ପାଠ ପଢା ବନ୍ଦ କରି ଦେଇଛନ୍ତି । ହେଲ ମଝିଆ ଝିଅ ତରାର ଇଚ୍ଛାଶକ୍ତିି ଆଗରେ ହାର ମାନିଛି ଅଭାବ ।

ପଇସା ପାଇଁ ସକାଳୁ ୧୦ ଟାଏ ବିଲରେ ପାୱାର ଟିଲରରେ ହଳ କରନ୍ତି । ୧୦ଟାରୁ ଆସି କମ୍ପ୍ୟୁଟର କ୍ଲାସ ପରେ କଲେଜ ଯାଆନ୍ତି । ଏବେ ସେ ମୋହନା ହିଲ ଟପ କଲେଜରେ ଯୁକ୍ତ ୩ କଳାରେ ଦ୍ୱିତୀୟ ବର୍ଷ ଛାତ୍ରୀ । ତାଙ୍କର ପାଠପଢା ଏବଂ ଶୃଙ୍ଖଳିତ ଆଚରଣ ପାଇଁ କଲେଜର ଅଧ୍ୟକ୍ଷ ଏବଂ ଅଧ୍ୟାପକମାନେ ମଧ୍ୟ ତାଙ୍କୁ ପ୍ରଶଂସା କରନ୍ତି । ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ବି ନାହିଁ । ତେଣୁ ତରାଙ୍କୁ ପାଠ ପଢାଇବାକୁ ସରକାରୀ ସହାୟତା ଲୋଡିଛନ୍ତି ପରିବାର ଲୋକେ ।